Masthead

ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନେତା ଭୁଲି ଗଲେ ମଞ୍ଚ ଗାରିମା । ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକଙ୍କ ଆଗରେ ହେଲା ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ । ବାଘ, ଛେଳି ଉପାଖ୍ୟାନରେ ଗରମ ହେଲା ଶୀତୁଆ ରାତିର ମଞ୍ଚ । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା ଦର୍ଶକ ଦେଖିଲେ ମଞ୍ଚ ଉପରେ ନେତାଙ୍କ ଆରୋପ ପ୍ରତ୍ୟାରୋପର ଦୃଶ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ମହୋତ୍ସବରେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ଉଦଜାପନି ସଭାରେ ନିଜ ବକ୍ତବ୍ୟ ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ହଠାତ ଉତକ୍ଷିପ୍ତ ହୋଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଥିଲେ । ଏବଂ ତାଙ୍କୁ ମଣ୍ଡେଇ ମହୋତ୍ସବକୁ ଡାକିଛ କି ବୋଲି ପ୍ରଶ୍ନ କରି ଉତକ୍ଷିପ୍ତ ହୋଇଥିଲେ । ସେ ନିଜକୁ ବାଘ ଛୁଆ ବୋଲି ସମ୍ବୋଧିତ କରିଥିଲେ ଏବଂ ପରୋକ୍ଷରେ ଉପସ୍ଥିତ ବିଜେପି ନେତାଙ୍କୁ ଛେଳି ଛୁଆ ବୋଲି ଇଙ୍ଗିତ କରିଥିଲେ ଯାହାକୁ ନେଇ ପରିବେଶ ଉତେଜନାପୂର୍ଣ୍ଣ ହୋଇଥିଲା ।

ଯାହା ଫଳ ସ୍ୱରୂପ ମଞ୍ଚ ତଳେ ଥିବା ବିଜେପି କର୍ମୀମାନେ ମଧ୍ୟ ଉତକ୍ଷିପ୍ତ ହୋଇ ମଞ୍ଚ ତଳୁ ନାରାବାଜି ଦେଇଥିଲେ । କିଛି ସମୟ ପରେ ନିଜ ଅଭିଭାଷଣ ରଖିବାକୁ ଆସି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ବିଧାୟକ ରନ୍ଧାରୀଙ୍କ ବକ୍ତବ୍ୟକୁ ନିନ୍ଦା କରି ଅଭିଯୋଗର କାଉଣ୍ଟର କରି ବିଜେଡି ଶାସନ ଅମଳରେ ୨୪ ବର୍ଷରେ ଯାହା ଜିଲ୍ଲାର ବିକାଶ ହୋଇନଥିଲା ବର୍ତ୍ତମାନ ୧୭ ମାସରେ ଅନେକ ବିକାଶ ହୋଇଛି । ୨୪ ବର୍ଷରେ କିଛି ବିକାଶ କରି ନଥିବାବେଳେ ୧୭ ମାସର ସରକାରଙ୍କୁ ପ୍ରଶ୍ନ କରୁଥିବା ଅଭିଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ