Masthead

୩ଦିନରେ ୩ ନିଷ୍ପତ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟିକାକରଣ ଜୋରଦାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି । ୩ଦିନରେ ନେଲେ ୩ନିଷ୍ପତି । ଆଜି ୭୪କୋଟି ଟିକା ପାଇଁ ବୁକିଂ କଲେ କେନ୍ଦ୍ର ସରକାର । ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକା ଯାଉଥିବା ବେଳେ ୩ଦିନ ମଧ୍ୟରେ ୩ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ନିତି ଆୟୋଗ ସଦସ୍ୟ ଡ. ବି.କେ. ପାଲ କହିଛନ୍ତି କେନ୍ଦ୍ର ସରକାର ୭୪ କୋଟି ଟିକା ପାଇଁ ବିଭିନ୍ନ ଟିକା ନିର୍ମାତା କମ୍ପାନୀ ମାନଙ୍କୁ ଅର୍ଡର ଦେଇଛନ୍ତି । ପୂର୍ବ ସପ୍ତାହରେ କିଛି ରାଜ୍ୟ ଦାବି କରିଥିଲେ କି କେନ୍ଦ୍ର ଟିକା କିଣି ରାଜ୍ୟମାନଙ୍କୁ ଆବଣ୍ଟିତ କରୁ ।

ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ କୋଭିସିଲ୍ଡ କମ୍ପାନୀକୁ ୨୫ କୋଟି, କୋଭାକ୍ସିନ କମ୍ପାନୀକୁ ୧୯ କୋଟି ଓ ଇ-ବାୟୋଲୋଜି କମ୍ପାନୀରୁ ସେପ୍ଟେମ୍ବର ସୁଦ୍ଧା ଉତ୍ପାଦନ ହେବାକୁ ଥିବା ୩୦ କୋଟି ଟିକାର ବୁକିଂ କରାଯାଇଛି । ଏହି ୭୪ କୋଟି ଟିକାର ମୋଟି ମୂଲ୍ୟର ୩୦ ପ୍ରତିଶତ କେନ୍ଦ୍ର ସରକାର କମ୍ପାନୀ ମାନଙ୍କୁ ଅଗ୍ରୀମ ଦେବେ । ଅନ୍ୟପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ । ସେ କହିଛନ୍ତି କି ତୃତୀୟ ଲହର ଶିଶୁମାନଙ୍କ ପ୍ରତି ବେସି ବିପଦ ଆଣିବ ସେନେଇ କିଛି ଡାଟା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା