Masthead

ଜାନୁଆରୀରୁ ମିଳିବ କରୋନା ଟିକା !

କେବେ କରୋନା କାଳ ସରିବ ସେଥିନେଇ ଲୋକଙ୍କ ଭିତରେ ଆଶା ଓ ଆଶଙ୍କା ବଢୁଥିବାବେଳେ ଏଭଳି ସ୍ଥିତିରେ କେବେ ଦେଶରେ କୋଭିଡ୍‌ ଟିକା କେବେ ଉପଲବ୍ଧ ହେବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଆଶଙ୍କା ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କିଛି ଆଶ୍ବାସନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଯୋଜନା ଅନୁଯାୟୀ ସବୁକିଛି ଠିକ୍‌ ଠାକ୍‌ ଚାଲେ, ତେବେ ଆଉ ଦୁଇମାସ ପରେ ଟିକା ବଜାରରେ ମିଳିବ।
ଏକ ଘରୋଇ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତର ଗୁଲେରିଆ କହିଛନ୍ତି ଯେ, ଟିକା ଦେଶରେ କେତେ ଦିନରେ ପହଞ୍ଚିବ ତାହା କହିବା କଷ୍ଟକର। ତେବେ ଯଦି ସବୁ ଠିକ୍ ହୁଏ, ତେବେ ଟିକା ଆସନ୍ତା ବର୍ଷ ଜାନୁଆରୀ ମାସରେ ବଜାରରେ ମିଳିପାରିଵ । ଏହାସତ୍ତ୍ବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଲବ୍ଧ ଟିକା ଭାରତର ବୃହତ ଜନସଂଖ୍ୟାକୁ ପୂରଣ କରିବ ନାହିଁ। ଏଥିପାଇଁ ଆଉ କିଛି ମାସ ସମୟ ଲାଗିବ। ଏହାବ୍ୟତୀତ ଟିକା ଆସିବା ପରେ ଆଉ କିଛି ନୂଆ ଆହ୍ବାନ ମଧ୍ୟ ଆସିପାରେ। ଭାରତ ଭଳି ୧୩୮ କୋଟି ଲୋକଙ୍କ ଲାଗି ଏହାର ଉତ୍ପାଦନ ଏବଂ ବହୁଳ ବଣ୍ଟନ ନେଇ ସମସ୍ୟା ସୃଷ୍ଟି ହୋଇପାରେ।
ଟିକା ବଣ୍ଟନ କ୍ଷେତ୍ରରେ ପ୍ରାଥମିକତାକୁ ଗୁରୁତ୍ବ ଦିଆଯାଇପାରେ। ଏକ୍ଷେତ୍ରରେ ଯେଉଁମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ, ଅର୍ଥାତ୍ ବୟସ୍କ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୁଳିସ କର୍ମଚାରୀ ଆଦି ଯେଉଁମାନେ କରୋନା ମୁକାବିଲାରେ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଥମେ ଟିକା ଦିଆଯିବା ଆବଶ୍ୟକ। ପ୍ରାଥମିକତା ନୀତି ଅନୁସରଣ କରାଗଲେ ଟିକା ବଣ୍ଟନ ସମାନ ଭାବରେ ହୋଇପାରିବ।
ସଭିଁଙ୍କ ଦୃଷ୍ଟି କୋଭିଡ୍‌-୧୯ ଟିକା ଉପରେ ରହିଛି। କିଭଳି ଟିକା ପ୍ରସ୍ତୁତିକୁ ଶୀଘ୍ର କରାଯାଇପାରିବ ସେଥିଲାଗି ଟିକାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ ଏକାସାଙ୍ଗରେ ଚାଲିଛି। ଭାରତ ସମେତ ବିଦେଶର ଏକାଧିକ କମ୍ପାନୀ ଏହି ଟିକା ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି। ଏପରିକି ରୁଷ୍‌ ଟିକା ପ୍ରସ୍ତୁତ କରିସାରିଥିବା ନେଇ ଦାବି କରୁଥିଲେ ମଧ୍ୟ ସେଠାରେ ଏଯାଏଁ ଗଣ ଟିକାଦାନ ହୋଇନଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ