Masthead

ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଅଟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲମତାପୁଟ ପୋଲିସକୁ ଆଉ ଏକ ସଫଳତା । ଗଞ୍ଜେଇ ସହ ଦୁଇ ଗଞ୍ଜେଇ ମାଫିଆ କାବୁ କରିଛି ପୋଲିସ । ଅନକାଡେଲିରୁ ଉତ୍ତର ପ୍ରଦେଶ ଗଞେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ । ବିଶେଷସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶକ୍ରମେ ଏସ. ଡ଼ି. ପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଲମତାପୁଟ ପୋଲିସ କଡ୍ରି ଗ୍ରାମ ନିକଟ ଶିବମନ୍ଦିର ନିକଟରେ ଜଗି ରହିଥିଲା ।

ଦୃତ ଗତିରେ ଆସୁଥିବା ଏକ କାରକୁ ଅଟକାଇ ଯାଞ୍ଚ କରିବାରୁ କାର୍ ମଧ୍ୟରୁ ୨ଟି ବସ୍ତାରୁ ପ୍ରାୟ ୫୦ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । କାରରେ ଥିବା ଦୁଇ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଥିଲା ପୋଲିସ ।ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି। ଗିରଫ ବ୍ୟକ୍ତିମାନେ ସ୍ଥାନୀୟ ଅଞ୍ଚଳ ଅନକାଡେଲି କଦମଗୁଡାର ସୁକଦେବ ସୀସା ଏବଂ ଉତ୍ତର ପ୍ରଦେଶର ଅଞ୍ଚଳର ସନ୍ତୋଷ ୟାଦେବ ବୋଲି ଜଣା ପଡିଛି ।ଏହି ଗଞ୍ଜେଇ ଚାଲାଣ ରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ଏହା ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ