ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୋଧ

ବନ୍ତ(ବଡ଼ ଖବର ବ୍ୟୁରୋ): କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରି ନିକଟରେ ଥିବା ଅନ୍ୟ ସ୍କୁଲ୍ ସହିତ ମିଶ୍ରଣ ନିଷ୍ପତ୍ତିକୁ ସାଧାରଣ ଲୋକମାନେ ସହଜରେ ହଜମ କରିପାରୁ ନାହାନ୍ତି । ସରକାରଙ୍କ ଏଭଳି ନିଷ୍ୱତ୍ତିକୁ ନେଇ ଭଦ୍ରକ ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତର ଗୋହିରା ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ôଚଛି । ୧୯୮୯ରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ୧ମ ରୁ ୫ମ ଶ୍ରେଣୀରେ ମୋଟ ୨୩ ଜଣ ପିଲା ଅଧ୍ୟୟନ କରୁଛନ୍ତି। ଏହି ବିଦ୍ୟାଳୟ କୁ ସ୍ଥାନାନ୍ତର ପାଇଁ ସରକାରୀ ସ୍ତରରେ ନିଷ୍ପତି ମଧ୍ୟ ହୋଇଛି।

ଏ ନେଇ ବିଇଓ ଙ୍କ କାର୍ୟ୍ୟଳୟ ଚିଠି ନଂ-୨୧୩୦/୦୫/୧୧/୨୦ରେ ଏହି ବିଦ୍ୟାଳୟକୁ ବନ୍ଦ କରି ପୁରୁଷୋତ୍ତମ ନୋଡାଲ ବିଦ୍ୟାମନ୍ଦିର ସରମରାରେ ମିଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବିରୋଧ କରି ଗୋହିରା ଗ୍ରାମର ଲୋକେ ପ୍ରତିବାଦ କରିଛନ୍ତି । ଏହି ସ୍କୁଲ୍ ଯଦି ବନ୍ଦ ହୋଇଯାଏ ତେବେ ଏଠିକାର ପିଲାମାନେ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି। ପୁରୁଷୋତ୍ତମ ନୋଡାଲ ବିଦ୍ୟାମନ୍ଦିରକୁ ଯିବା ପାଇଁ ହେଲେ ପିଲାମାନଙ୍କୁ ୨ ରୁ ୩ କିମି କାଦୁଅ ରାସ୍ତାରେ ଚାଲି ଚାଲି ପୋଲ ପାର ହୋଇ ଯିବାକୁ ପଡ଼ିବ ବୋଲି ଦୁଃଖର ସହ କହିଛନ୍ତି । ଏହି ବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲେ ଆଗାମୀ ଦିନରେ ଏହି ଗ୍ରାମର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ଦୁଃଖ ପ୍ରକାଶ କରିଛନ୍ତି ‘ଆମମାନଙ୍କର କିଛି ଯଦି ଅସୁବିଧା ହୋଉଥିଲା ବାପା-ମା ଦୌଡ଼ି ଆସୁଥିଲେ । ସେଠି ଯଦି ଆମ ଦେହ ହଠାତ୍ ଅସୁସ୍ଥ ହେବ ବାପା -ମା ପହଞ୍ଚିପରିବେ ନାହିଁ ।’

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!