Masthead

ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୋଧ

ବନ୍ତ(ବଡ଼ ଖବର ବ୍ୟୁରୋ): କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରି ନିକଟରେ ଥିବା ଅନ୍ୟ ସ୍କୁଲ୍ ସହିତ ମିଶ୍ରଣ ନିଷ୍ପତ୍ତିକୁ ସାଧାରଣ ଲୋକମାନେ ସହଜରେ ହଜମ କରିପାରୁ ନାହାନ୍ତି । ସରକାରଙ୍କ ଏଭଳି ନିଷ୍ୱତ୍ତିକୁ ନେଇ ଭଦ୍ରକ ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତର ଗୋହିରା ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ôଚଛି । ୧୯୮୯ରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ୧ମ ରୁ ୫ମ ଶ୍ରେଣୀରେ ମୋଟ ୨୩ ଜଣ ପିଲା ଅଧ୍ୟୟନ କରୁଛନ୍ତି। ଏହି ବିଦ୍ୟାଳୟ କୁ ସ୍ଥାନାନ୍ତର ପାଇଁ ସରକାରୀ ସ୍ତରରେ ନିଷ୍ପତି ମଧ୍ୟ ହୋଇଛି।

ଏ ନେଇ ବିଇଓ ଙ୍କ କାର୍ୟ୍ୟଳୟ ଚିଠି ନଂ-୨୧୩୦/୦୫/୧୧/୨୦ରେ ଏହି ବିଦ୍ୟାଳୟକୁ ବନ୍ଦ କରି ପୁରୁଷୋତ୍ତମ ନୋଡାଲ ବିଦ୍ୟାମନ୍ଦିର ସରମରାରେ ମିଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବିରୋଧ କରି ଗୋହିରା ଗ୍ରାମର ଲୋକେ ପ୍ରତିବାଦ କରିଛନ୍ତି । ଏହି ସ୍କୁଲ୍ ଯଦି ବନ୍ଦ ହୋଇଯାଏ ତେବେ ଏଠିକାର ପିଲାମାନେ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି। ପୁରୁଷୋତ୍ତମ ନୋଡାଲ ବିଦ୍ୟାମନ୍ଦିରକୁ ଯିବା ପାଇଁ ହେଲେ ପିଲାମାନଙ୍କୁ ୨ ରୁ ୩ କିମି କାଦୁଅ ରାସ୍ତାରେ ଚାଲି ଚାଲି ପୋଲ ପାର ହୋଇ ଯିବାକୁ ପଡ଼ିବ ବୋଲି ଦୁଃଖର ସହ କହିଛନ୍ତି । ଏହି ବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲେ ଆଗାମୀ ଦିନରେ ଏହି ଗ୍ରାମର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ଦୁଃଖ ପ୍ରକାଶ କରିଛନ୍ତି ‘ଆମମାନଙ୍କର କିଛି ଯଦି ଅସୁବିଧା ହୋଉଥିଲା ବାପା-ମା ଦୌଡ଼ି ଆସୁଥିଲେ । ସେଠି ଯଦି ଆମ ଦେହ ହଠାତ୍ ଅସୁସ୍ଥ ହେବ ବାପା -ମା ପହଞ୍ଚିପରିବେ ନାହିଁ ।’

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?