Masthead

୩ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଅର୍ଥନୀତି ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୩ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ । ଡେଭିଡ଼ କାର୍ଡ, ଜୋସୁଆ ଡି ଆଙ୍ଗିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେସଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ପୁରସ୍କାରର ଅଧା ଡେଭିଡ କାର୍ଡ ପାଇବାକୁ ଥିବା ବେଳେ ବାକି ଅଧା ଅନ୍ୟ ୨ ଜଣ ପାଇବେ । ସୂଚନା ଅନୁଯାୟୀ ଶ୍ରମ ଅର୍ଥନୀତିରେ ଡେଭିଡ କାର୍ଡଙ୍କୁ ତାଙ୍କ ପରୀକ୍ଷାମୂଳକ ଅବଦାନ ପାଇଁ ନୋବେଲ କମିଟି ପୁରସ୍କାରର ଅଧା ଭାଗ ପ୍ରଦାନ କରିଛି ।

ଏ ନେଇ ସ୍ୱଦେଶୀ ଏକାଡେମି କହିଛି, ଚଳିତ ବର୍ଷ ପୁରସ୍କାର ବିଜେତା ଡେଭିଡ, ଜେଶୁଆ ଏବଂ ଗାଇଡୋ ଆମକୁ ମାକେର୍ଟ ବଜାର ବିଷୟରେ ନୂତନ ଜ୍ଞାନ ଦେଇଛନ୍ତି ଏବଂ ପ୍ରାକୃତିକ ପରୀକ୍ଷଣରୁ କେଉଁ କାରଣ ଏବଂ ପ୍ରଭାବ ବିଷୟରେ ନିଷ୍କର୍ସ ବାହାରି ପାରିବ ତାହା ଜଣାଇଛନ୍ତି । ଅର୍ଥନୈତିକ ବିଜ୍ଞାନରେ ନୋବେଲ ପୁରସ୍କାର ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଷ୍ଟକହୋମ ଦ୍ୱାରା ପ୍ରଦାନ କରାଯାଉଛି । ନୋବେଲ ଫାଉଣ୍ଡେସନକୁ ୧୯୬୮ ମସିହାରେ ବ୍ୟାଙ୍କର ୩୦୦ତମ ବାର୍ଷିକୀରେ ସେଭେରିଜ୍ ରିକ୍ସବ୍ୟାଙ୍କରୁ ଏକ ଦାନ ଗ୍ରହଣ କରିଥିଲା । ତେବେ ଏହି ପୁରସ୍କାର ସେହି ଦାନ ଉପରେ ଆଧାରିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ