Before Header

ଏବେ କୌଣସି ମାଫିଆ ଆଉ ଭୟଭୀତ କରିପାରିବେନି: ଯୋଗୀ

0 64

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅତିକ-ଅସରଫ ହତ୍ୟା ମାମଲା । ଏବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡରେ । ୨୫କୁଖ୍ୟାତ ମାଫିଆଙ୍କ ତାଲିକା ପ୍ରକାଶ କରିଥିଲେ ଯୋଗୀ । ଆଉ ଏବେ ଆସିଛି ଯୋଗୀଙ୍କ ପ୍ରତିକ୍ରିୟା । ଟାର୍ଗଟରେ ରହିଛନ୍ତି ବିରୋଧୀ । କହିଛନ୍ତି ଉତ୍ତରପ୍ରଦେଶକୁ ଏବେ କୌଣସି ମାଫିଆ ଆଉ ଭୟଭୀତ କରିପାରିବେନି । ୨୦୧୭ ପୂର୍ବରୁ ରାଜ୍ୟରେ ଶହ ଶହ ମାଫିଆ ରାଜ କରୁଥିଲେ ।

କିନ୍ତୁ ବିଜେପି ସରକାର ଆସିବା ପରେ ଏମାନଙ୍କ ମୂଳପୋଛ ହୋଇଛି । ରାଜ୍ୟରେ ଅରାଜକତା ନୁହେଁ ଆଇନରାଜ ଚାଲୁଛି । ଉତ୍ତରପ୍ରଦେଶ ବିକାଶର ମାହୋଲ ରହିଛି । ଆଜିର ଦିନରେ କୌଣସି ବ୍ୟବସାୟୀଙ୍କୁ କେହି ମାଫିଆ ଡରେଇପାରିବେ ନାହିଁ । ଯେଉଁମାନେ ୟୁପୀ ଭାବମୂର୍ତ୍ତିକୁ ଖରାପ କରୁଥିଲେ ସେମାନେ ଆଜି ସଙ୍କଟରେ ରହିଛନ୍ତି ।

Leave A Reply

Your email address will not be published.