Masthead

୩ଲକ୍ଷ ଡୋଜ ନଷ୍ଟ

ପାଟନା(ବଡ଼ ଖବର ବ୍ୟୁରୋ): ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କରୋନା ଟିକା ଯୋଗାଣ ମଧ୍ୟ ବୃଦ୍ଧି କରାଯାଉଛି । ଏଭଳି ପରିସ୍ଥିତିରେ ବିହାରର ପାଟନା ବିମାନ ବନ୍ଦରରୁ ଆସିଛି ଏକ ଲଜ୍ଜାଜନକ ଦୃଶ୍ୟ । ଏକ ବସରେ ଆସିଥିବା ପାଖାପାଖି ୩ଲକ୍ଷ କୋଭିସିଲ୍ଡ ଟିକା ବ୍ୟବହାର ଆଗରୁ ନଷ୍ଟ ହୋଇଯାଇଛି । ଟିକାଗୁଡ଼ିକୁ ନାଳନ୍ଦା ମେହିକାଲ କଲେଜ ହସ୍ପିଟାଲ ଷ୍ଟୋରେଜ୍ ପାଇଁ ନିଆଯିବାର ଥିଲା, ଏହା ପୂର୍ବରୁ ବିମାନବନ୍ଦରରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଭାକ୍ସିନ ଏକ୍ସପ୍ରେସରେ ପାଖାପାଖି ୯ଲକ୍ଷ ଟିକା ନିଆଯାଉ ଥିଲା । କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ବସ୍ ବ୍ୟାଟେରୀ ଡାଉନ ହୋଇଯିବାରୁ ଦୁର୍ଘଟଣା ଘଟିଥିଲା । ଭାରତରେ ବର୍ତ୍ତମାନ ଦିନକୁ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ରାଜ୍ୟ ସରକାର ଟିକାକରଣକୁ ଜୋରଦାର କରିଛନ୍ତି ।

ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟକୁ ୩୦ଲକ୍ଷ ଡୋଜ ଟିକା ଯୋଗାଇ ଦେବାକୁ କହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାଗିଛନ୍ତି ୩୦ଲକ୍ଷ ଡୋଜ୍ । କମ୍ ଟିକା ଥିବାରୁ ଶୁକ୍ରବାର ମୁମ୍ବାଇରେ ଅନେକ ଟିକାକରଣ ସେଣ୍ଟରକୁ ସ୍ଥଗିତ କରାଯାଇଛି । ଆଉ ଯେଉଁ ସେଣ୍ଟରଗୁଡ଼ିକରେ ଟିକାକରଣ କରାଯାଉଛି, ସେଠାରେ ଖୁବଶୀଘ୍ର ବନ୍ଦ କରାଯିବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି