ଏବେ ବି ବଞ୍ଚିଛି ଅଲ-କାଏଦା ମୁଖ୍ୟ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତଙ୍କବାଦ ସଂଙ୍ଗଠନ ଅଲ-କାଏଦାକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏବେ ବି ବଞ୍ଚିଛନ୍ତି ଅଲ-କାଏଦା ମୁଖ୍ୟ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଓସାମା ବିନ୍‌ ଲାଦେନର ମୃତ୍ୟୁ ପରେ ଅଲ-କଏଦାର ମଙ୍ଗ ଧରିଥିଲା କୁଖ୍ୟାତ ଆଙ୍କବାଦୀ ଅଲ ଜବାହିରୀ। ସେ ଗତ କିଛି ବର୍ଷ ଧରି ଅଣ୍ଡର ଗ୍ରାଉଣ୍ଡ ଥିଲା। ପରେ ୨୦୨୦ ନଭେମ୍ବର ୨୦ରେ ରୋଗାକ୍ରାନ୍ତ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏବେ କିନ୍ତୁ ସେ ପୁଣି ଥରେ ଜୀବିତ ଅବସ୍ଥାରେ ସାମ୍ନାକୁ ଆସିଛି।

ଅନ୍ୟପଟେ ଆମେରିକାର ୯/୧୧ ଆକ୍ରମଣକୁ ୨୦ ବର୍ଷ ପୁରିଥିବା ଅବସରରେ ଏକ ଭିଡିଓ ଜାରି କରିଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା । ନିଜ ଅଧିକୃତ ଏଏସ୍‌-ସାହିବ୍‌ ଚ୍ୟାନେଲ ମାଧ୍ୟମରେ ସେ ୬୦ ମିନିଟ୍‌ର ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ଅଲ୍‌ କାଏଦା ମୁଖ୍ୟ ଅଲ ଜବାହିରୀ ଜୀବିତ ଥିବା ଦେଖିବାକୁ ମିଳିଛି। ଏଥିସହ ସେ ପୂରାପୁରି ସୁସ୍ଥ ଥିବା ମଧ୍ୟ ନଜର ଆସିଛି। ୨୦୨୦ ମସିହାରେ ଅଲ୍‌ ଜାବାହିରୀର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଅଲ୍‌ କାଏଦା ଏହାକୁ ମିଛ ବୋଲି କହିଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’