ଜମିରେ ବିଛାଯାଉଛି ପାଇପ ଲାଇନ, ପଚାରିଲେ ଜେଲ ପଠାଉଛି କମ୍ପାନୀ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଜୋର ଜବରଦସ୍ତ ଚାଷୀଙ୍କ ଜମିରେ ବିଛା ଯାଉଛି ସ୍ଲରୀ ପାଇପ ଲାଇନ। ପଚାରିଲେ ଜମି ମାଲିକ ମାନଙ୍କ ନାମରେ ଏତଲା ଦେଇ ସେମାନଙ୍କୁ ଜେଲ ପଠାଉଛନ୍ତି କମ୍ପାନୀ ଠିକାଦାର। ଏଭଳି ଅଭିଯୋଗ କରିଛନ୍ତି କୁଜଙ୍ଗ ବ୍ଲକର କୋଠି ପଞ୍ଚାୟତବାସୀ। ଜେଏସଡବ୍ଲ୍ୟୁ କମ୍ପାନୀର ପାରାଦୀପରୁ ଯୋଡା ଯାଉଥିବା ସ୍ଲରୀ ପାଇପ ଲାଇନ ଯୋଗୁ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି କୃଷକ। ଏହି ପାଇପ ଲାଇନ ରେ ଆଇରନ ଆଣି ଜେଏସଡବ୍ଲ୍ୟୁ କମ୍ପାନୀ ଏହାକୁ ପ୍ରୋସେସିଂ କରିବ।

ଚାଷୀମାନଙ୍କ ଜମିକୁ ଜୋର ଜବରଦସ୍ତ ଖୋଳି ପାଇପ ଲାଇନ ବିଛା ଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି। ଆମେ କମ୍ପାନୀର କାର୍ଯ୍ୟକୁ ବିରୋଧ କରୁନାହୁଁ । କିନ୍ତୁ କମ୍ପାନୀ ଆମ ସହିତ କଥା ନହୋଇ ଜବରଦସ୍ତି ଆମ ଜମିରେ ପାଇପ ପକାଇବା ଏବଂ ଆମ ବିରୋଧରେ କେସ କରି ଅସାମାଜିକ ଯୁବକ ମାନଙ୍କ ଦ୍ବାରା ଡରାଇ ଧମକାଇ କାର୍ଯ୍ୟ କରିବାକୁ ଆମେ ବିରୋଧ କରୁଛୁ। ତେଣୁ ଯଦି ପ୍ରଶାସନ ଓ କମ୍ପାନୀ କର୍ତୃପକ୍ଷ ଆମର କ୍ଷତିପୂରଣ ପ୍ରଦାନ ନକରି କାର୍ଯ୍ୟ କରେ ତେବେ ଏହାକୁ ଦୃଢ ବିରୋଧ କରିବୁ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବୁ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା