Masthead

୩୨ ପାକିସ୍ତାନୀ ସେନା ନିହତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପହଲଗାମ ପ୍ରତିଶୋଧ ନେଇ ଅପରେସନ୍ ସିନ୍ଦୂରରେ ଭାରତର ପ୍ରଚଣ୍ଡ ପ୍ରହାର ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି । ଭାରତର ଆକ୍ରମଣରେ ଆତଙ୍କୀସ୍ଥାନର ନିଦ ଉଡ଼ିଯାଇଛି । ପ୍ରତି ମୂହୁର୍ତ୍ତରେ ଡ଼ରି ଡ଼ରି ବଞ୍ଚୁଛି । ସେପଟେ ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ ହୋଇଛି । BLA  ଆକ୍ରମଣରେ ୩୨ ପାକିସ୍ତାନୀ ସେନା ନିହତ ସୂଚନା ମିଳିଛି । ବଲୁଚିସ୍ତାନରେ ପାକ୍ ସେନାଙ୍କୁ ଟାର୍ଗେଟ୍ କରିଥିଲା BLA । ପାକିସ୍ତାନର ସେନାର ଗାଡ଼ିକୁ ଟାର୍ଗେଟେ କରିଥିଲେ BLA । ବିସ୍ଫୋରଣରେ ୩ଟି ଗାଡ଼ି ଧ୍ବଂସ ହୋଇଥିବା ସୂଚନା ରହିଛି ।

ଅନ୍ୟପଟେ ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ ।  ଦେଶଦ୍ରୋହ ଅଭିଯୋଗରେ ସହଦବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଗୁଜରାଟ ଏଟିଏଏସ । ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନ ଦେଉଥବା ସାଂଘାତ ଅଭିଯୋଗ ଲାଗିଛି । ଏଥିସହ ବିଏସ୍‌ଏଫର ଅନେକ ତଥ୍ୟ ମଧ୍ୟ ପାକିସ୍ତାନକୁ ଦେଇଥିବା ସୂଚନା ମିଳିଛି । ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା ।

ଆଦିତ ଭରଦ୍ବାଜ ନାମ୍ନୀ ମହିଳା ସହ ସେ ହ୍ୱାଟ୍ସଆପ୍ ଚାର୍ଟ କରି ତଥ୍ୟ ଦେଉଥିବା କହିଥିଲେ ଓ ସେହି ଆଦିତି ପାକିସ୍ତାନର ଏଜେଣ୍ଟ ବୋଲି ସେ ପରେ ଜାଣିବାକୁ ପାଇଥିଲେ ତେବେ ତଥ୍ୟ ଦେବା ପାଇଁ ୪୦ହଜାର ଟଙ୍କାର ଡିଲ୍‌ ହୋଇଥିଲା । ନିକଟରେ ୧୫ଜଣ ଗୁପ୍ତଚରଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା