Masthead

ମନୀଷ ମୃତ୍ୟୁ ମାମଲା: ସିସି ଟିଭିରେ ଲୁଚିଛି ସତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):    ମନୀଷ ଅନୁରାଗ ମୃତ୍ୟୁ ମାମଲା ଉପରୁ ହଟୁନି ପରଦା । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାକୁ ନେଇ ପୋଲିସ ନିଜର ତଦନ୍ତ ଚଳାଇଛି । ପାତ୍ରପଡାର ଯେଉଁ ପୋଖରୀରୁ ମନୀଷଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ତା ଆଖପାଖରେ ଥିବା ସମସ୍ତ ସିସିଟିଭିକୁ ପୋଲିସ ଯାଞ୍ଚ କରୁଛି । ସିସିଟିଭି ଆଧାରରେ ଜଣାପଡିବ ଅସଲି ଘଟଣା । ସିସି ଟିଭିରେ ଲୁଚିଛି ସତ । କେମିତି ହେଲା ମନୀଷଙ୍କ ମୃତ୍ୟୁ? କଣ ଘଟିଥିଲା ସେଦିନ ରାତି । ତାହା ଏବେ ବି ରହସ୍ୟ ଘେରରେ ।

ତେବେ ଧିରେ ଧିରେ ଏହାର ଗୁମର ଖୋଲୁଛି । ପ୍ରତିଟି ପ୍ରଶ୍ନର ଉତ୍ତର ରହିଛି ଏଇ ସିସି ଟିଭି ଫୁଟେଜରେ । ଯାହାକୁ ନେଇ ତନାଘନା ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ଘଟଣା ଦିନ ମନୀଷଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ତେବେ ସେଦିନ ରାତିରେ କଣ ଘଟିଥିଲା ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଜଣାପଡିଛି ଯେ, ବାରରେ ବିଲକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବାରରେ ୩୫ ହଜାର ଟଙ୍କାର ବିଲ ହୋଇଥିଲା ।

ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ କଣ ପାଟିତୁଣ୍ଡ ହୋଇଥିଲା ତାକୁ ନେଇ ମଧ୍ୟ ଯାଞ୍ଚ କରୁଛି ପୋଲିସ । ବାରରେ ଟଙ୍କା ନ ଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ମନୀଷ ଘରୁ ଟଙ୍କା ମଗାଇ ବିଲ ଦେଇଥିବା ଜଣାପଡିଛି । ବିଲ ଦେବା ପରେ ମନୀଷଙ୍କ ସହ କଣ ଘଟିଥଲା ତାହା ଏ ଯାଏ ସ୍ପଷ୍ଟ ହୋଇନି । ସେପଟେ ମନୀଷ ଅନୁରାଗଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ରିପୋର୍ଟରେ ଜଣାପଡିଛି ଯେ, ମନୀଷଙ୍କ ମୃତ୍ୟୁ ପାଣିରେ ପଡିବା ପୂର୍ବରୁ ହୋଇଛି । ତେବେ ଏହା ହତ୍ୟା ନା ଦୁର୍ଘଟଣା ଏ ଯାଏ ସ୍ପଷ୍ଟ ହୋଇନି । ସୂଚନା ଥାଉକି ଗତ ରବିବାର ଦିନ ପାତ୍ରପଡା ପୋଖରୀରୁ ମନୀଷଙ୍କ ମୃତଦେହ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ