Before Header

ଗୋଆରେ ପୂର୍ଣ୍ଣବହୁମତର ସରକାର ଗଠନ କରିବ ବିଜେପି: ଗୃହମନ୍ତ୍ରୀ

0 18

ଗୋଆ(ବଡ଼ ଖବର ବ୍ୟୁରୋ): ଦେଶରେ ରାଜନୈତିକ ମାହୋଲ ବର୍ତ୍ତମାନ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଅନେକ ରାଜ୍ୟମାନଙ୍କରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ବିଭିନ୍ନ ଦଳ ନିଜ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଲେଣି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ଫୋକସ ବର୍ତ୍ତମାନ ଗୋଆ ଉପରେ ରହିଛି । ଗୋଆରେ ପୂର୍ଣ୍ଣବହୁମତର ସରକାର ଗଠନ କରିବା ପ୍ରୟାସରେ ରହିଛି ଭାରତୀୟ ଜନତା ପାର୍ଟି । ଏନେଇ ଅନେକ ପ୍ରୟାସ ମଧ୍ୟ ବିଜେପି କରିଆସୁଛି । ଏହା ମଧ୍ୟରେ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣବହୁମତର ସରକାର ଗଠନ କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ଯଦିଓ ନିର୍ବାଚନ ବହୁ ଦୂରରେ, କିନ୍ତୁ ମୁଁ ଗୋଆବାସୀଙ୍କୁ ନିବେଦନ କରୁଛି ଯେ ରାଜ୍ୟରେ ପୁଣିଥରେ ବିଜେପି ସରକାର ଗଠନ କରିବାକୁ ମନସ୍ଥ କରନ୍ତୁ ବୋଲି ଅମିତ ଶାହ କହିଛନ୍ତି । ଅନ୍ୟପଟେ ଗୋଆର ଧରବନ୍ଦୋର ଠାରେ ଥିବା ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭରସିଟିର ମୂଳଦୁଆ ଅମିତ ଶାହ ପକାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମନେପକାଇଛନ୍ତି । କେବଳ ଏତିକି ନୁହେଁ ବରଂ ଗୋଆରେ ଏବଂ କେନ୍ଦ୍ରରେ ଥିବା ଡବଲ ଇଞ୍ଜିନ ବିଜେପି ସରକାର ରାଜ୍ୟର ବିକାଶରେ ସହାୟକ ହେବ । ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ନଭେମ୍ବର ୧୫ରୁ ଚାଟାର୍ଡ ବିମାନ ସେବା କେବଳ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି । ଏହି ବିମାନ ସେବା ଆରମ୍ଭ ହେବା ପରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବେ ବୋଲି ଅମିତ ଶାହ କହିଛନ୍ତି ।

Leave A Reply

Your email address will not be published.