Masthead

ଗୋଆରେ ପୂର୍ଣ୍ଣବହୁମତର ସରକାର ଗଠନ କରିବ ବିଜେପି: ଗୃହମନ୍ତ୍ରୀ

ଗୋଆ(ବଡ଼ ଖବର ବ୍ୟୁରୋ): ଦେଶରେ ରାଜନୈତିକ ମାହୋଲ ବର୍ତ୍ତମାନ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଅନେକ ରାଜ୍ୟମାନଙ୍କରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ବିଭିନ୍ନ ଦଳ ନିଜ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଲେଣି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ଫୋକସ ବର୍ତ୍ତମାନ ଗୋଆ ଉପରେ ରହିଛି । ଗୋଆରେ ପୂର୍ଣ୍ଣବହୁମତର ସରକାର ଗଠନ କରିବା ପ୍ରୟାସରେ ରହିଛି ଭାରତୀୟ ଜନତା ପାର୍ଟି । ଏନେଇ ଅନେକ ପ୍ରୟାସ ମଧ୍ୟ ବିଜେପି କରିଆସୁଛି । ଏହା ମଧ୍ୟରେ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣବହୁମତର ସରକାର ଗଠନ କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ଯଦିଓ ନିର୍ବାଚନ ବହୁ ଦୂରରେ, କିନ୍ତୁ ମୁଁ ଗୋଆବାସୀଙ୍କୁ ନିବେଦନ କରୁଛି ଯେ ରାଜ୍ୟରେ ପୁଣିଥରେ ବିଜେପି ସରକାର ଗଠନ କରିବାକୁ ମନସ୍ଥ କରନ୍ତୁ ବୋଲି ଅମିତ ଶାହ କହିଛନ୍ତି । ଅନ୍ୟପଟେ ଗୋଆର ଧରବନ୍ଦୋର ଠାରେ ଥିବା ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭରସିଟିର ମୂଳଦୁଆ ଅମିତ ଶାହ ପକାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମନେପକାଇଛନ୍ତି । କେବଳ ଏତିକି ନୁହେଁ ବରଂ ଗୋଆରେ ଏବଂ କେନ୍ଦ୍ରରେ ଥିବା ଡବଲ ଇଞ୍ଜିନ ବିଜେପି ସରକାର ରାଜ୍ୟର ବିକାଶରେ ସହାୟକ ହେବ । ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ନଭେମ୍ବର ୧୫ରୁ ଚାଟାର୍ଡ ବିମାନ ସେବା କେବଳ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି । ଏହି ବିମାନ ସେବା ଆରମ୍ଭ ହେବା ପରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବେ ବୋଲି ଅମିତ ଶାହ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ