Before Header

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା, ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ

0 996

ଭଦ୍ରକ (ବଡ଼ ଖବର ବ୍ୟୁରୋ): ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା । ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ଭଦ୍ରକ ବନ୍ଦ ଡ଼କରା । ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଇଛି । କଲେଜରୁ ବିଧାୟକ ପ୍ରଫୁଲ ସାମଲଙ୍କ ପରିବାରକୁ ବରଖାସ୍ତ ଓ ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ ଦାବିରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି ।

ମଞ୍ଚ ପକ୍ଷରୁ ବନ୍ତ ଛକରେ ପିକେଟିଂ ସହ ରାସ୍ତା ଅବରୋଧ କରାଯାଇଛି । କଲେଜ କର୍ମଚାରୀ, ସ୍ଥାନୀୟ ବିକାଶ ମଞ୍ଚ ଓ ଭଦ୍ରକ ମଞ୍ଚ ପକ୍ଷରୁ ବନ୍ତ ଛକରେ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.