୨୦ ତାରିଖ ଯାଏଁ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନଙ୍କୁ ବେଲ କେବେ ମିଳିବ ତାହାକୁ ନେଇ ସସପେନ୍ସ ବଢୁଛି । ତେବେ ଖବର ଅନୁଯାୟୀ ଆଜିର ଜାମିନ ଆବେଦନ ଶୁଣାଣି ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ହେଲେ ଆଜି ବି ତାଙ୍କୁ କୋର୍ଟ ପକ୍ଷରୁ ଜାମିନ ମିଳିନି । ବାରାମ୍ବାର ଜାମିନର ଶୁଣାଣି ପରେ ବି କୋର୍ଟ ତାଙ୍କୁ ଏଯାଏଁ ଆଶ୍ୱସ୍ତି ଦେଉନାହିଁ । ଆଜି ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା । ଆଜିର ଶୁଣାଣି ଆର୍ଯ୍ୟନଙ୍କ ପାଇଁ ବେଶ ଗୁରୁତ୍ୱପୂଣ୍ଣ ଥିଲା ।

କିନ୍ତୁ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ଶେଷ କରିଛନ୍ତି ସ୍ପେଶାଲ କୋର୍ଟ । ଆଗାମୀ ୨୦ ତାରିଖରେ ରାୟ ଶୁଣାଇବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ତାଙ୍କୁ ୨୦ ତାରିଖ ଯାଏ ଆର୍ଥର ଜେଲରେ ରହିବାକୁ ପଡିବ । କାରଣ ଦଶହରା ପାଇଁ ୧୫ ତାରିଖରୁ ୧୯ ତାରିଖ ଯାଏ ଜାମିନ ଆବେଦନ ହୋଇପାରିବା ନାହିଁ ।

ଆର୍ଯ୍ୟନ ଖାନଙ୍କ ଆବେଦନ ଉପରେ ଆଜି ଶୁଣାଣି ହୋଇଛି । ବିଚାରପତି ଭି.ଭି ପାଟିଲ ଆର୍ଯ୍ୟନ ଖାନଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । ଦଶହରା ପରେ ଅକ୍ଟୋବର ୨୦ରେ ରାୟ ପ୍ରକାଶ ପାଇଁ ଚେଷ୍ଟା କରାଯିବ ବୋଲି ବିଚାରପତି କହିଛନ୍ତି । ଆର୍ଯ୍ୟନ ଖାନଙ୍କ ଓକିଲ ଅମିତ ଦେଶାଇ କୋର୍ଟରେ କହିଥିଲେ, ଯେ ହ୍ୱାଟସଆପ ଚାର୍ଟ ନ୍ୟାୟିକ ପ୍ରମାଣର ଅନ୍ତର୍ଭୁକ୍ତ ନୁହେଁ । ଏନସିବି ଯେଉଁ ତଥ୍ୟ ସଂଗ୍ରହ କରିଛି ତାହା ଭିତ୍ତିହୀନ ।ସେ ଆହୁରି କହିଥିଲେ ଯେ, ଆର୍ଯ୍ୟନଙ୍କ ଅପରାଧିକ ପୃଷ୍ଠଭୂମି ନାହିଁ ।

ସୂଚନା ଥାଉକି ଅକ୍ଟୋବର ୩ରେ ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଏନସିବ ଆନେକ ପ୍ରକାରର ଅସିଦ୍ଧ ନିଶାଦ୍ରବ୍ୟ ଠାବ କରିଥିଲା । ଏହି ଘଟଣାରେ ଆଉ ୮ ଜଣଙ୍କୁ ଗିରଫ କରିଥିଲା ଏନସିବି । ଏନସିବିର କହିବା ମୁତାବକ ଆର୍ଯ୍ୟନ ଡ୍ରଗ୍ସ ଖାଇବା ସହ ଡ୍ରଗ୍ସ ପେଡେଲରମାନଙ୍କ ଠାରୁ ଆଣୁଥିଲେ । କିନ୍ତୁ ରେଡ ବେଳେ ଆର୍ଯ୍ୟନଙ୍କ ଠାରୁ କୌଣସି ଡ୍ରଗ୍ସ ପାଇ ନ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’