Masthead

୨୦ ତାରିଖ ଯାଏଁ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନଙ୍କୁ ବେଲ କେବେ ମିଳିବ ତାହାକୁ ନେଇ ସସପେନ୍ସ ବଢୁଛି । ତେବେ ଖବର ଅନୁଯାୟୀ ଆଜିର ଜାମିନ ଆବେଦନ ଶୁଣାଣି ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ହେଲେ ଆଜି ବି ତାଙ୍କୁ କୋର୍ଟ ପକ୍ଷରୁ ଜାମିନ ମିଳିନି । ବାରାମ୍ବାର ଜାମିନର ଶୁଣାଣି ପରେ ବି କୋର୍ଟ ତାଙ୍କୁ ଏଯାଏଁ ଆଶ୍ୱସ୍ତି ଦେଉନାହିଁ । ଆଜି ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା । ଆଜିର ଶୁଣାଣି ଆର୍ଯ୍ୟନଙ୍କ ପାଇଁ ବେଶ ଗୁରୁତ୍ୱପୂଣ୍ଣ ଥିଲା ।

କିନ୍ତୁ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ଶେଷ କରିଛନ୍ତି ସ୍ପେଶାଲ କୋର୍ଟ । ଆଗାମୀ ୨୦ ତାରିଖରେ ରାୟ ଶୁଣାଇବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ତାଙ୍କୁ ୨୦ ତାରିଖ ଯାଏ ଆର୍ଥର ଜେଲରେ ରହିବାକୁ ପଡିବ । କାରଣ ଦଶହରା ପାଇଁ ୧୫ ତାରିଖରୁ ୧୯ ତାରିଖ ଯାଏ ଜାମିନ ଆବେଦନ ହୋଇପାରିବା ନାହିଁ ।

ଆର୍ଯ୍ୟନ ଖାନଙ୍କ ଆବେଦନ ଉପରେ ଆଜି ଶୁଣାଣି ହୋଇଛି । ବିଚାରପତି ଭି.ଭି ପାଟିଲ ଆର୍ଯ୍ୟନ ଖାନଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । ଦଶହରା ପରେ ଅକ୍ଟୋବର ୨୦ରେ ରାୟ ପ୍ରକାଶ ପାଇଁ ଚେଷ୍ଟା କରାଯିବ ବୋଲି ବିଚାରପତି କହିଛନ୍ତି । ଆର୍ଯ୍ୟନ ଖାନଙ୍କ ଓକିଲ ଅମିତ ଦେଶାଇ କୋର୍ଟରେ କହିଥିଲେ, ଯେ ହ୍ୱାଟସଆପ ଚାର୍ଟ ନ୍ୟାୟିକ ପ୍ରମାଣର ଅନ୍ତର୍ଭୁକ୍ତ ନୁହେଁ । ଏନସିବି ଯେଉଁ ତଥ୍ୟ ସଂଗ୍ରହ କରିଛି ତାହା ଭିତ୍ତିହୀନ ।ସେ ଆହୁରି କହିଥିଲେ ଯେ, ଆର୍ଯ୍ୟନଙ୍କ ଅପରାଧିକ ପୃଷ୍ଠଭୂମି ନାହିଁ ।

ସୂଚନା ଥାଉକି ଅକ୍ଟୋବର ୩ରେ ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଏନସିବ ଆନେକ ପ୍ରକାରର ଅସିଦ୍ଧ ନିଶାଦ୍ରବ୍ୟ ଠାବ କରିଥିଲା । ଏହି ଘଟଣାରେ ଆଉ ୮ ଜଣଙ୍କୁ ଗିରଫ କରିଥିଲା ଏନସିବି । ଏନସିବିର କହିବା ମୁତାବକ ଆର୍ଯ୍ୟନ ଡ୍ରଗ୍ସ ଖାଇବା ସହ ଡ୍ରଗ୍ସ ପେଡେଲରମାନଙ୍କ ଠାରୁ ଆଣୁଥିଲେ । କିନ୍ତୁ ରେଡ ବେଳେ ଆର୍ଯ୍ୟନଙ୍କ ଠାରୁ କୌଣସି ଡ୍ରଗ୍ସ ପାଇ ନ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି