Masthead

ବିଜେଡି ଟିକେଟରୁ ବାଦପଡିଲେ ୩୬ ବିଧାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟିକେଟରୁ ବାଦ ପଡିଲେ ୩୬ ବିଧାୟକ । ୯ଟି ପର୍ଯ୍ୟାୟରେ ୧୪୭ ବିଧାୟକଙ୍କ ନାଁ ଘୋଷଣା କରିଛି ବିଜେଡି । ସେମାନଙ୍କ ମଧ୍ୟରୁ ୩୬ ବିଧାୟକଙ୍କ ଟିକେଟ କାଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିଏ ବିନାଦ ଘେରରେ ଥିବାବେଳେ କାହାକୁ କରିପାରି ନାହାନ୍ତି ଭରସା । ଏହାରି ଭିତରେ ୪ଜଣ ଷ୍ଟାଣ୍ଡିଂ ଏମଏଲଏଙ୍କୁ ଦଳରୁ ବିଦା କରାଯାଇଥିଲା । ୪୦ ଜଣ ନୂଆ ପ୍ରାର୍ଥୀଙ୍କୁ ଏଥର ଟିକେଟ ଦେଇଛି ବିଜେଡି । ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଏଥର ଏମପି ଟିକେଟ ଦିଆଯାଇଛି । ଟିକେଟ କଟିବା ପରେ ଦଳ ଛାଡ଼ିଥିବା ନେତା ହେଉଛନ୍ତି ହିନେ୍ଦାଳର ସୀମାରାଣୀ ନାୟକ, ଜୟଦେବର ଅରବିନ୍ଦ ଢାଲି, ଆନନ୍ଦପୁରର ଭାଗୀରଥି ସେଠୀ । ଗତ ନିର୍ବାଚନରେ ବିଜୟୀ ହୋଇଥିଲେ, ହେଲେ ଏଥର ଟିକେଟ କଟିଥିବା ନାଁ ମଧ୍ୟରେ ରହିଛି:-

୧- ଅମର ପ୍ରସାଦ ଶତପଥୀ- ବଡ଼ଚଣା
୨- ସମୀର ରଞ୍ଜନ ଦାସ- ନିମାପଡ଼ା
୩- ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ସିମୁଳିଆ
୪- ପ୍ରତାପ ଜେନା- ମାହାଙ୍ଗା
୫- ପ୍ରେମାନନ୍ଦ ନାୟକ- ତେଲକୋଇ
୬- ବିଜୟ ଶଙ୍କର ଦାସ- ତିର୍ତ୍ତୋଲ
୭- ସମ୍ବିତ ରାଉତରାୟ- ପାରାଦୀପ
୮- ଅଙ୍ଗଦ କହଁର- ଫୁଲବାଣୀ
୯- ଶଶୀ ଭୂଷଣ ବେହେରା- କେନ୍ଦ୍ରାପଡ଼ା
୧୦- ଭୂପିନ୍ଦର ସିଂ- ନର୍ଲା
୧୧- ସାବିତ୍ରୀ ଅଗ୍ର ୱାଲ- ପାଟକୁରା
୧୨- ଅଶୋକ ବଳ- କୋରେଇ
୧୩- ରଜନୀକାନ୍ତ ସିଂ- ଅନୁଗୁଳ
୧୪- ରଘୁନାଥ ଦାସ- ବାଲିକୁଦା ଏରସମା
୧୫- ଅନନ୍ତ ଦାସ- ଭୋଗରାଇ
୧୬- ଜ୍ୟୋତିନ୍ଦ୍ର ନାଥ ମିତ୍ର- ଖୋର୍ଦ୍ଧା
୧୭- ପୂର୍ଣ୍ଣଚନ୍ଦ୍ର ବାକା- ଚିତ୍ରକୋଣ୍ଡା
୧୮- ପିତମ ପାଢୀ- ପଟାଙ୍ଗି
୧୯- ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ- ସୋରଡ଼ା
୨୦- ପ୍ରକାଶ ଚନ୍ଦ୍ର ମାଝୀ- ଝରିଗାଁ
୨୧- ରାଜକିଶୋର ଦାସ- ମୋରଡ଼ା
୨୨- ସୁବ୍ରତ ତରାଇ- ରଘୁନାଥପାଲି
୨୩- ମିନାକ୍ଷୀ ମହାନ୍ତ- ଚମ୍ପୁଆ
୨୪- ପଦ୍ମିନୀ ଦିଆନ- କୋଟପାଡ଼
୨୫- ଉଷା ଦେବୀ- ଚିକିଟି
୨୬- ନିତ୍ୟାନନ୍ଦ ସାହୁ- ବସ୍ତା
୨୭- ମୌସଧୀ ବାଗ- ଧର୍ମଗଡ଼
୨୮- ସୁନନ୍ଦା ଦାସ- ବରୀ
୨୯- ପର୍ଶୁରାମ ଧଡ଼ା- ସୋର
୩୦- କିଶୋର ଚନ୍ଦ୍ର ନାୟକ- କୁଚିଣ୍ଡା
୩୧- ରମେଶ ଚନ୍ଦ୍ର ସାଏ- ଆଠମଲ୍ଲିକ
୩୨- ସଦାଶିବ ପ୍ରଧାନୀ- ନବରଙ୍ଗପୁର
୩୩- ସୀମାରାଣୀ ନାୟକ- ହିନେ୍ଦାଳ (ଦଳ ଛାଡ଼ିଛନ୍ତି)
୩୪- ଅରବିନ୍ଦ ଢାଲି- ଜୟଦେବ (ଦଳ ଛାଡ଼ିଛନ୍ତି)
୩୫- ଭାଗିରଥୀ ସେଠୀ- ଆନନ୍ଦପୁର (ଦଳ ଛାଡ଼ିଛନ୍ତି)
୩୬- ଅରୁନ୍ଧତୀ ଦେବୀ- ଦେବଗଡ଼

 

ବିଜେଡିରୁ ବହିଷ୍କୃତ ହୋଇଥିବା ନେତା:
୧- ପ୍ରଦୀପ ପାଣିଗ୍ରାହୀ- ଗୋପାଳପୁର
୨- ପ୍ରଶାନ୍ତ ହଗଦେ୍ଦବ- ଚିଲିକା
୩- ସୌମ୍ୟରଞ୍ଜନ ପଟ୍ଟନାୟକ- ଖଣ୍ଡପଡ଼ା
୪- ସୁଧାଂଶୁ ଶେଖର ପରିଡ଼ା- ରେମୁଣା

୩୬ ଜଣଙ୍କର ଟିକେଟ କଟିଲା, ୪ ଜଣ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇଛନ୍ତି ନବୀନଙ୍କ ଟିମ୍ । ଯାହାଙ୍କୁ ଟିକେଟ ମିଳିଛି ସେମାନେ ତ ଉସôାହିତ ହେଲେ ବିରୋଧୀ ବିଜେପି ଏବଂ କଂଗ୍ରେସ ବିରୋଧରେ କେମିତି ଲଢୁଛନ୍ତି ସମୟ କହିବ । ନବୀନ ତ ବିଶ୍ୱାସ କରିଛନ୍ତି ହେଲେ ଜନତାଙ୍କ ଆସ୍ଥା ବିଶ୍ୱାସ ଏମାନେ କେତେ ହୋଇପାରୁଛନ୍ତି ଜୁନ ୪ରେ ହେବ ସ୍ପଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ