Masthead

ଆଫଗାନରେ ଫସି ରହିଥିବା ବିଦେଶୀଙ୍କ ପାଇଁ ବଡ ଖବର

କାବୁଲ(ବଡ଼ ଖବର ବ୍ୟୁରୋ):    ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ନିଜର ଅସ୍ଥାୟୀ ସରକାର ଗଠନ କରିବା ପରେ ଆଜି ଏକ ବଡ ସୂଚନା ଦେଇଛି । ତାଲିବାନ ଆତଙ୍କରେ ଆଫଗାନିସ୍ତାନରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ପାଇଁ ଖୁସି ଖବର । ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରି ଯିବାକୁ ଅନୁମତି ଦେଇଛି ତାଲିବାନର ଅସ୍ଥାୟୀ ସରକାର । ବିଦେଶୀ ଏୟାରଲିଫ୍ଟକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯାଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ତେବେ ସେ କହିଛନ୍ତି ଯେ ଆଫଗାନରେ ଫସି ରହିଥିବା ୨୦୦ରୁ ଅଧିକ ବିଦେଶୀ ନାଗରିକମାନଙ୍କୁ ଖୁବ୍ ଶୀଘ୍ର ଉଦ୍ଧାର କରାଯିବ । ସେ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ଏପଟେ କାବୁଲ ଏୟାରପୋର୍ଟରେ ଆସନ୍ତା ୩ଦିନ ମଧ୍ୟରେ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପରେ ବିଦେଶକୁ ପ୍ରଥମ ବିମାନ ଉଡିବା ନେଇ ଆଶା ରଖାଯାଉଛି । କେବଳ ବିଦେଶୀ ନାଗରିକଙ୍କୁ ଆଫଗାନ ଛାଡିବାକୁ ତାଲିବାନ ଅନୁମତି ଦେଇଛି । ହେଲେ ଏବେବି ତାଲିବାନ ଆତଙ୍କ ଭୟରେ ଅନେକ ଆଫଗାନି ନାଗରିକ ଦେଶ ଛାଡବା ପାଇଁ ବ୍ୟାକୁଳ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ