Masthead

ଭାଇ ହାତରେ ଅତି ସ୍ନେହରେ ରାଖି ବାନ୍ଧିବ ଭଉଣୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଆଜି ପବିତ୍ର ରାଖୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ । ଭାଇ ହାତରେ ଅତି ସ୍ନେହରେ ରାଖି ବାନ୍ଧିବ ଭଉଣୀ । ଭାଇର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରେ ଭଉଣୀ । ଗହ୍ମା ପୂର୍ଣ୍ଣିମାରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ବଳଭଦ୍ର ଓ ଜଗନ୍ନାଥଙ୍କୁ ରାଖି ବାନ୍ଧିବେ ସୁଭଦ୍ରା । ଧାର୍ମିକ ପରମ୍ପରା ଓ ରୀତିନୀତିରେ ଏହି ରକ୍ଷା ବନ୍ଧନ ସାରା ଦେଶରେ ଧୁମଧାମରେ ପାଳିତ ହେଉଛି । ରାଖୀ ପୂର୍ଣ୍ଣିମାରେ ଭଉଣୀମାନେ ସବୁଠାରୁ ସୁନ୍ଦର, ରୁଚିପୂର୍ଣ୍ଣ ଓ ଆକର୍ଷଣୀୟ ରାଖୀଟିଏ ନିଜ ଭାଇ ହାତରେ ବାନ୍ଧି ଦେବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ପାଳିତ ହେବ । ସକାଳୁ ପ୍ରଭୁଙ୍କର ଦ୍ବାରଫିଟା, ମଙ୍ଗଳ ଆଳତି, ଅବକାଶ ନୀତି, ଭୋଗମଣ୍ଡପ, ସର୍ବାଙ୍ଗ ନୀତି ପରେ ରାଖୀ ଲାଗି ହେବ । ସେହିପରି ସନ୍ଧ୍ୟାଧୁପ ପରେ ବଳଭଦ୍ର ଜନ୍ମ ନୀତି ଅନୁଷ୍ଠିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ