Masthead

ଗୋଟିଏ ସମୟରେ ୪ଜଣ ଶିଶୁଙ୍କ ମୃତ୍ୟୁ

ପାଟନା(ବଡ଼ ଖବର ବ୍ୟୁରୋ): ବିହାର ଦରଭଙ୍ଗା ମେଡିକାଲ କଲେଜରେ ୪ ଶିଶୁଙ୍କ ମୃତ୍ୟୁ । ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ମାତ୍ର ଅନ୍ୟ ୩ ଶିଶୁଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ସେମାନେ ନିମୋନିୟାରେ ଆକ୍ରାନ୍ତ ଥିଲେ ବୋଲି କୁହାଯାଉଛି। ଏକ ସମୟରେ ୪ ଶିଶୁଙ୍କ ମୃତ୍ୟୁ ପରେ ହଇଚଇ ସୃଷ୍ଟି ହୋଇଛି। କୋଭିଡ଼ ନିୟମ ଅନୁଯାୟୀ, ଶିଶୁଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ମେଡିକାଲ କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପିଲାମାନଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ଜଣେ ଶିଶୁ କରୋନା ସଂକ୍ରମିତ ଥିଲା।

ଅନ୍ୟ ୩ ଜଣଙ୍କ ରିପୋର୍ଟ ନେଗେଟିଭ ହେଲେ ମଧ୍ୟ ନିମୋନିୟା ଭଳି ଲକ୍ଷଣ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିଲା। ରବିବାର ସନ୍ଧ୍ୟାରେ ମେଡିକାଲରେ ପ୍ରଥମେ ଅଢେଇ ବର୍ଷ ଶିଶୁର ମୃତ୍ୟୁ ହେବା ପରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମେଡିକାଲ ରିପୋର୍ଟ ଅନୁଯାୟୀ, ଶିଶୁର ଚିକିତ୍ସା ପ୍ରଥମେ ପାଟନାରେ ହୋଇଥିଲା । ପରେ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଦରଭଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ସାରା ଦେଶରେ କରୋନାର ଦ୍ୱିତୀୟ ଲାହର ଜାରି ରହିଛି । ମାତ୍ର ବିହାରର ଦରଭଙ୍ଗାରେ ଗୋଟିଏ ଦିନରେ ୪ଶିଶୁଙ୍କ ମୃତ୍ୟୁ କରୋନାର ତୃତୀୟ ଲହର ଆଶଙ୍କାକୁ ବୃଦ୍ଧି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ