Masthead

ଗୋଟିଏ ସମୟରେ ୪ଜଣ ଶିଶୁଙ୍କ ମୃତ୍ୟୁ

ପାଟନା(ବଡ଼ ଖବର ବ୍ୟୁରୋ): ବିହାର ଦରଭଙ୍ଗା ମେଡିକାଲ କଲେଜରେ ୪ ଶିଶୁଙ୍କ ମୃତ୍ୟୁ । ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ମାତ୍ର ଅନ୍ୟ ୩ ଶିଶୁଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ସେମାନେ ନିମୋନିୟାରେ ଆକ୍ରାନ୍ତ ଥିଲେ ବୋଲି କୁହାଯାଉଛି। ଏକ ସମୟରେ ୪ ଶିଶୁଙ୍କ ମୃତ୍ୟୁ ପରେ ହଇଚଇ ସୃଷ୍ଟି ହୋଇଛି। କୋଭିଡ଼ ନିୟମ ଅନୁଯାୟୀ, ଶିଶୁଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ମେଡିକାଲ କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପିଲାମାନଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ଜଣେ ଶିଶୁ କରୋନା ସଂକ୍ରମିତ ଥିଲା।

ଅନ୍ୟ ୩ ଜଣଙ୍କ ରିପୋର୍ଟ ନେଗେଟିଭ ହେଲେ ମଧ୍ୟ ନିମୋନିୟା ଭଳି ଲକ୍ଷଣ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିଲା। ରବିବାର ସନ୍ଧ୍ୟାରେ ମେଡିକାଲରେ ପ୍ରଥମେ ଅଢେଇ ବର୍ଷ ଶିଶୁର ମୃତ୍ୟୁ ହେବା ପରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ମେଡିକାଲ ରିପୋର୍ଟ ଅନୁଯାୟୀ, ଶିଶୁର ଚିକିତ୍ସା ପ୍ରଥମେ ପାଟନାରେ ହୋଇଥିଲା । ପରେ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଦରଭଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା। ସାରା ଦେଶରେ କରୋନାର ଦ୍ୱିତୀୟ ଲାହର ଜାରି ରହିଛି । ମାତ୍ର ବିହାରର ଦରଭଙ୍ଗାରେ ଗୋଟିଏ ଦିନରେ ୪ଶିଶୁଙ୍କ ମୃତ୍ୟୁ କରୋନାର ତୃତୀୟ ଲହର ଆଶଙ୍କାକୁ ବୃଦ୍ଧି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ