Masthead

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ୪ ହାତୀଙ୍କ ମୃତଦେହ ଠାବ

ଗୁଣପୁର(ବଡ଼ ଖବର ବ୍ୟୁରୋ): ବିଦ୍ୟୁତ ଆଘାତରେ ୪ ହାତୀ ମୃତ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଂଚଳ ଶ୍ରୀକାକୁଲମ ଜିଲ୍ଲା କାତ୍ରାଗାଡ଼ା ନିକଟରେ ୪ ହାତୀଙ୍କ ମୃତଦେହ ଠାବ । ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ମୃତଦେହ ପଡି ରହିଛି । ବିଦ୍ୟୁତ ଆଘାତରେ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନାଅନୁସାରେ ଗତକାଲି ୬ଟିକିଆ ହାତୀପଲ ଗୁଣପୁରରେ ଆତଙ୍କ ଖେଳାଇଥିଲେ ।  ଏହି ହାତୀପଲ ଖାଦ୍ୟ ଅନ୍ୱେଷଣରେ କାଟ୍ରାଗଡା ଗାଁ ଆଡକୁ ମୁହାଁଇଥିଲେ।

ଅନ୍ଧାର ହୋଇଥିବାରୁ ହାତୀପଲ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଗୁରୁତର ଆହତ ହୋଇଥିଲେ। ସେମାନେ ନିକଟସ୍ଥ ଜଙ୍ଗଲ ପଳାଇଯାଇଥିବା ଜଣାପଡ଼ିଛି। ଏହି ଗୁରୁତର ୨ଟି ହାତୀଙ୍କର ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି। ବନ ବିଭାଗ ଟିମ୍ ଜଙ୍ଗଲକୁ ଯାଇ ଏହି ୨ଟି ଅସୁସ୍ଥ ହାତୀଙ୍କୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ଯୋଜନା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ