Masthead

ବ୍ରେନ୍‌ଡେଡ୍‌ ଘୋଷଣା ପରେ ୫ ଦିନର ଶିଶୁ କଲେ ଅଙ୍ଗଦାନ,୬ ଜଣ ଶିଶୁଙ୍କୁ ଦେଲା ନୂଆ ଜୀବନ

ସୁରଟ(ବଡ଼ ଖବର ବ୍ୟୁରୋ): ଜନ୍ମର ୫ଦିନ ମଧ୍ୟରେ ନବଜାତ କଲା ଅଙ୍ଗଦାନ ।ସୁରଟର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ନବଜାତକୁ ବ୍ରେନ ଡେଡ ଘୋଷଣା କରିଥିଲେ। ମାତ୍ର ୫ ଦିନ ପାଇଁ ସେ ଦୁନିଆକୁ ଆସିଥିଲା । ଆଉ ତାରି ଭିତରେ ଏମିତି ମହତ କାମ କରିଗଲା ଯେ, ତା ମହାନତାକୁ ମନେ ପକାଉଛି ସାରା ଦେଶ । ଗୁଜରାଟ ସୁରଟ ହସ୍ପିଟାଲରେ ଦମ୍ପତି ହର୍ଷଦ ସଂଘାଣି ଓ ଚେତନା ସଂଙ୍ଘାଣି । ଗତ ୧୩ ତାରିଖରେ ଏକ ପୁତ୍ର ସନ୍ତାନ । ତେବେ ଦୁର୍ଭାଗ୍ୟ, ହସ୍ପିଟାଲରେ ଜନ୍ମ ହେବା ପରେ ଶିଶୁଟି କାନ୍ଦି ନଥିଲା । ପରେ ତାକୁ ଏକ ସ୍ୱତନ୍ତ୍ର ଚାଇଲଡ୍ କେୟାର ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ଆଇସିୟୁରେ ୩ରୁ ୪ ଦିନ ଅବଜର୍ଭେସନରେ ରଖିବାକୁ ପରାମର୍ଶ ଦେଇଥିଲେ ।

ଏହା ପରେ ବି ଶିଶୁଟିର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥଲା। ପରେ ଡାକ୍ତର ତାକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଦ୍ୱିତୀୟ ସନ୍ତକର ସ୍ମୃତି କେମିତି ସବୁଦିନ ବଞ୍ଚିରହିବ, ସେଥିପାଇଁ ଅଙ୍ଗଦାନର ମହତ ନିଷ୍ପତ୍ତି ନେଇଥିଲେ । ସନ୍ତାନ ହରାଇବାର ଗଭୀର ମାନସିକ ଆଘାତ ଭିତରେ ଅନ୍ୟ କାହାର ଜୀବନ ବଞ୍ଚାଇବାର ମହାନତା ଦେଖାଇଥିବା ଏ ଦମ୍ପତିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଥିଲା ସୁରତର ଜୀବନଦୀପ ଅଙ୍ଗଦାନ ସଂସ୍ଥା । ଶିଶୁଟି ଦୁଇ ଆଖି, ଦୁଇ କିଡନୀ, ଲିଭର ଓ ସ୍ପ୍ଲିନ୍ ବା ପ୍ଲିହା ଦାନ କରିବା ପରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲା ।ଆଉ ଏପଟେ ତାର ମହତ ଦାନ ୬ ଜଣ ଶିଶୁଙ୍କୁ ଦେଇଥିଲା ନୂଆ ଜୀବନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ