Masthead

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ

କୋଇଡା (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ପକସୋ କୋର୍ଟ ଶୁଣାଇଲେ ଐତିହାସିକ ରାୟ । ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ । ୨୦୧୬ରେ ସୁନ୍ଦରଗଡ ଟାଉନଥାନା ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା ମାମଲାର ରାୟ ଆସିଛି । ଆଉ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ପକ୍ସୋ କୋର୍ଟ । ମଣିଷ ନୁହେଁ, ମଣିଷ ରୂପରେ ସଇତାନ । ସୁନ୍ଦରଗଡ଼ ଟାଉନ ଥାନା ଦେଙ୍ଗିଭାଡ଼ି ଅଞ୍ଚଳରେ ରାତିରେ ମାଆ ପାଖରେ ଶୋଇଥିବା ୪ ବର୍ଷ ବୟସର ଶିଶୁକନ୍ୟାକୁ ଉଠାଇ ନେଇଥିଲା ସଂଜୀବ । ଆଉ ତା’ପରେ ଯାହା ହୋଇଥିଲା, ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ, ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ ।

କୁନିଝିଅକୁ ଅପହରଣ କରି ଏକ ନିର୍ମାଣଧୀନ କୋଠାରେ ଦୁଷ୍କର୍ମ କରିଥିଲା ସଇତାନ ସଂଜୀବ । କେବଳ ସେତିକି ନୁହେଁ, ଅତି ନିର୍ମମ ଭାବେ ତାକୁ ହତ୍ୟା କରିବାକୁ ପଛାଇ ନଥିଲା ଜହ୍ଲାଦ । ଝିଅର ଅପହରଣ ନେଇ ନାବାଳିକାର ମାଆ ଲିଖିତ ଭାବେ ଟାଉନ ଥାନାରେ ଜଣାଇଥିଲେ । ଘଟଣାର ୩ ଦିନ ପରେ ସେହି ଅଞ୍ଚଳର ଏକ ନବ ନିର୍ମିତ ଘରୁ ଉକ୍ତ ନାବାଲିକାର ମୃତ ଦେହ ଠାବ କରାଯାଇଥିଲା, ତଦନ୍ତ କାଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ପୋଲିସ ଜାଣିପାରିବା ସହ ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୀବ କେରକେଟାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହି ମାମଲାରେ କୋର୍ଟ ୩୫ ଜଣଙ୍କର ସାକ୍ଷ୍ୟ ନେବା ସହ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା