Before Header

ଫେରୁଛି କି କରୋନା? ୨୪ ଘଣ୍ଟାରେ ଗଲାଣି ୫ ଜୀବନ

0 553

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ପୁଣି ଥରେ ଦେଶରେ କରୋନା ଭୟ ବଢିବାରେ ଲାଗିଛି । କାୟା ମେଲାଇବା ଆରମ୍ଭ କରିଛି କୋଭିଡ-୧୯ । ଭାରତରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରୁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରା ବିଶ୍ୱରେ କରୋନାର ନୂଆ ଭାରିଏଣ୍ଟ ଜେଏନ୍‌.୧ ଚିହ୍ନଟ ହୋଇଛି। ଭାରତରେ ଏହି ଭାରିଏଣ୍ଟରେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ କେରଳର ହୋଇଥିବା ବେଳେ ଜଣେ ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି। ସେପଟେ କରୋନାର ଏହି ନୂଆ ଭାରିଏଣ୍ଟକୁ ନେଇ ଚେତାବନୀ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଶ୍ୱାସ ରୋଗର ବୃଦ୍ଧି ଏବଂ ନୂତନ ଜେଏନ୍‌.୧ କୋଭିଡ୍ ସବ୍-ଭାରିଏଣ୍ଟକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏହି ଜୀବାଣୁ ବିକଶିତ ହେଉଛି ଏବଂ ବଦଳୁଛି।

Leave A Reply

Your email address will not be published.