Masthead

ରାଧେ ଘରେ ମମିତା ମୋବାଇଲ !

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମମିତା ହତ୍ୟାକାଣ୍ଡ ମାମଲାର ଗିରଫ ଗୋବିନ୍ଦର ସହଯୋଗୀ ରାଧେର ଘରୁ ଏକ ବ୍ୟାଗ୍ ମିଳିଛି। ଏହି ବ୍ୟାଗ୍‌ରେ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି। ବ୍ୟାଗ୍‌ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି।

ଘର ଝଡ଼ାଝଡ଼ି କଲା ବେଳେ ଖଟ ତଳୁ ସେ ବ୍ୟାଗ୍‌ଟିକୁ ମିଳିଥିବା ରାଧେର ସ୍ତ୍ରୀ ପାଇଥିବା କଥା କହିଛି । ବ୍ୟାଗ୍‌ଟି କେତେ ଦିନରୁ ତାଙ୍କ ଘରେ ଥିଲା, ତାହା ବିଷୟରେ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ସେ ଜାଣି ନାହାନ୍ତି। କିନ୍ତୁ ଏନେଇ ପୋଲିସ ପକ୍ଷରୁ ଏଯାଏଁ କିଛି ସୂଚନା ମିଳିନି। ଗୋବିନ୍ଦର ସ୍ତ୍ରୀ  ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ରାଧେ ଚଣ୍ଡୀ ସଂପୂର୍ଣ୍ଣ ନିର୍ଦ୍ଦୋଷ। ଗୋବିନ୍ଦ ସାହୁ ତାଙ୍କ ସ୍ୱାମୀଙ୍କୁ ଫସାଇ ଦେଇଛି। ତାଙ୍କ ସ୍ୱାମୀ ଗୋବିନ୍ଦ ସାହୁ ନିକଟରେ ମାତ୍ର ୩ ମାସ ହେଲା କାମ କରୁଥିଲା। ସେ ତାଙ୍କୁ ହଳିଆ ଭଳି ଘରେ କାମ କରାଉଥିଲା। ଏସବୁ ଘଟଣା ପାଇଁ ଗୋବିନ୍ଦ ହିଁ ନିଜେ ଦାୟୀ।

ସେପଟେ ଆଜି ଭୋର ୪.୧୫ରେ ଗୋବିନ୍ଦକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯିବା ପରେ ମମିତାଙ୍କୁ କିପରି ପୋଡ଼ିବା ପରେ ପୋତି ଦେଇଥିଲା ତାର ଡେମୋ ଦେଖାଇଥିଲା । ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତୀନ କୁଶଲକରଙ୍କ ଉପସ୍ଥିତିରେ ଏହି ସିନ୍ ରିକ୍ରିଏସନ୍ ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବଲାଙ୍ଗୀର ରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମହାଲିଙ୍ଗ ଅଣାଯାଇଥିଲା। ମହାଲିଙ୍ଗ, ଚାନ୍ଧୋତରା , କୁରସୁଡରେ ଅଭିଯୁକ୍ତର କ୍ରାଇମ୍ ରିକ୍ରେଏସନ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ