Masthead

ଗାଡ଼ିରେ ପେଟ୍ରୋଲ ପକାଇବା ବେଳେ ନିଆଁ ଲାଗି ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ):କେନ୍ଦ୍ରାପଡ଼ା ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ। ସେହି ନିଆଁରେ ପୋଡ଼ିହୋଇ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ। ଆଉ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ । ଗୁରୁବାର ସନ୍ଧ୍ୟାରେ ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଗାଁର ରତ୍ନାକର ମଲ୍ଲିକଙ୍କ ପୁଅ ବାହାଘର ଥିଲା । ତେଣୁ ବରଯାତ୍ରୀଙ୍କ ବାଇକରେ ପେଟ୍ରୋଲ ପକାଇବା ପାଇଁ ଗୋଟିଏ ଜାର୍ରେ ପେଟ୍ରୋଲ ଅଣାଯାଇଥିଲା। ବରଯାତ୍ରୀ ଶୋଭାଯାତ୍ରାରେ ବାହାରିବା ପୂର୍ବରୁ ବାଇକ୍ରେ ଯାଉଥିବା ଲୋକଙ୍କୁ ପେଟ୍ରୋଲ୍ ବଣ୍ଟା ଯାଉଥିଲା। ଜଣେ ପରେ ଜଣେ ଆସି ପେଟ୍ରୋଲ୍ ନେଇ ନିଜ ବାଇକରେ ପକାଉଥିଲେ। ତେବେ ଅସାବଧାନତା ଯୋଗୁଁ ସେହି ପେଟ୍ରୋଲରେ ନିଆଁ ଲାଗି ଯାଇଥିଲା।

ଯାହାଫଳରେ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁ ପୁତ୍ର ପୋଡ଼ି ଯାଇଥିଲେ। ପଡୋଶୀ ତପନ ମଲ୍ଲିକ ଓ ଉପେନ୍ଦ୍ର ମଲ୍ଲିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇ ଥିବାବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ମଧ୍ୟ ଜଳିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପେଟ୍ରୋଲରେ ସିଗାରେଟ୍ ନିଆଁ ଲାଗିବାରୁ ଏପରି ଭୟଙ୍କର ଘଟଣା ଘଟିଥିବା ଅନୁମାନ କରାଯାଉଛି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ