୫ ହଜାରରେ ବନ୍ଧା ପଡ଼ିଛି ଶୈଶବ

କଣାସ (ବଡ଼ ଖବର ବ୍ୟୁରୋ):୫ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି  ଶୈଶବ । ବାପା ବନ୍ଧା ପକାଇଲା ଦୁଇ ପୁଅକୁ । ପୁରୀ କଣାସ ବ୍ଲକ ଦୟାବିହାର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ବାପା ଧାର ନେଇଥିବା ୫ହଜାର ଟଙ୍କା ପାଇଁ ବନ୍ଧା ପଡିଛି ପୁଅ । ବାପା ଟଙ୍କା ସୁଝି ନପାରିବାରୁ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ଦୁଇ ନାବାଳକ ।

ଘରର ଆର୍ଥିକ ସମସ୍ୟାକୁ ଦୂର କରିବାପାଇଁ ହାତରେ କାତ ଏବଂ ଜାଲ ଟିଏ ଧରି ବାହାରିଛି ଅକାତକାତ ଜଳ ରାଶିରେ ଯାଲ ପକାଇ ମାଛ ଧରିବା ପାଇଁ । ଗାଁର ବସନ୍ତ ବେହେରାଙ୍କ ଦୁଇ ପୁଅ କାମ କରି ସୁଝୁଛନ୍ତି ବାପାଙ୍କ ଧାର କରିଥିବା ଟଙ୍କା । ଯେଉଁ ବୟସରେ ସେମାନେ ସ୍କୁଲ ଯିବା କଥା ସେ ବୟସରେ ପର ଘରେ ଆସି ମୂଲ ଲାଗିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ