ବ୍ୟାଙ୍କ କର୍ମଚାରୀଙ୍କୁ ୩୦-୩୫ ହଜାର ଯାଏଁ ମିଳିବ ପେନସନ

(ବଡ଼ ଖବର ବ୍ୟୁରୋ): ଅର୍ଥ ମନ୍ତ୍ରାଳୟର ବଡ଼ ଘୋଷଣା । ଏଣିକି ବ୍ୟାଙ୍କରେ କାମ କରୁଥିବା ପ୍ରାୟ ୧୦ ଲକ୍ଷ କର୍ମଚାରୀଙ୍କ ପେନସନ୍ ବୃଦ୍ଧି ହେବ । କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲ ପେନସନ ବୃଦ୍ଧି କରିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଅବସରପ୍ରାପ୍ତ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପେନସନ ବୃଦ୍ଧି କରିବା ନେଇ ଆଇବିଏ ଦାବି କରିଥିଲା । ପରେ କେନ୍ଦ୍ରସରକାର ଏହାକୁ ଗ୍ରହଣ କରି ଫ୍ୟାମିଲ ପେନସନ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି ।

ପୂର୍ବରୁ କର୍ମଚାରୀଙ୍କ ପେନସନ୍ ସର୍ବାଧିକ ୯୨୮୪ ଟଙ୍କା ଥିଲା । ଏବେ ଏହାର ୩୦ ପ୍ରତିଶତ ବୃଦ୍ଧିକୁ ଅନୁମତି ମିଳିଛି । ଏଥିସହ ବ୍ୟାଙ୍କ କର୍ମଚାରୀଙ୍କ ଏନପିଏସ ପାଇଁ ଯେଉଁ ଯୋଗଦାନ ଦିଆଯାଉଛି ତାର ପରିଣାମକୁ ୧୦ ରୁ ୧୫ ପ୍ରତିଶତ ବୃଦ୍ଧି କରିବାକୁ ବ୍ୟାଙ୍କ ଗୁଡିକୁ କୁହାଯାଇଛି ।

ପୂର୍ବରୁ ଉଭୟ ବ୍ୟାଙ୍କ୍ ଓ କର୍ମଚାରୀ ସମାନ ଭାବେ ମୂଳ ଦରମାର ୧୦ ପ୍ରତିଶତ ପେନସନ୍ ଫଣ୍ଡକୁ ଦେଉଥିଲେ । ହେଲେ ଏବେ କେନ୍ଦ୍ରସରକାରଙ୍କ ନୂଆ ନିୟମ ଅନୁସାରେ ବ୍ୟାଙ୍କ ପେନସନ ଫଣ୍ଡକୁ ୧୪ ପ୍ରତିଶତ ଓ କର୍ମଚାରୀ ୧୦ ପ୍ରତିଶତ ଅର୍ଥ ଦେବେ । ଏପଟେ ଆର୍ଥିକ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଯେ ବ୍ୟାଙ୍କ କର୍ମଚାରୀଙ୍କ ପରିବାର ଆଗରୁ ଖୁବ୍ କମ୍ ଟଙ୍କାର ପେନସନ ପାଉଥିଲେ ।

ବର୍ତ୍ତମାନ ଏହା ସବୁ ବ୍ୟାଙ୍କ କର୍ମଚାରୀଙ୍କ ଶେଷ ବେତନ ଉପରେ ନିର୍ଭର କରେ । ଅଧିକାରୀମାନେ ଶେଷ ବେତନର ୩୦ ପ୍ରତିଶତ ଯାଏ ଦରମା ପାଇବେ । ଏହି ସବୁ ଆଲୋଚନା ପରେ ବ୍ୟାଙ୍କ କର୍ମଚାରୀମାନେ ୩୦ ହଜାରରୁ ୩୫ ହଜାର ପର୍ୟ୍ୟନ୍ତ ଫ୍ୟାମିଲ ପେନସନ ପାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’