Masthead

ଶ୍ରୀବିଜୟା ଏୟାର ବୋଇଙ୍ଗ-୭୩୭ ନିଖୋଜପରେ ସନ୍ଦେହଜନକ ଆବର୍ଜନା ମିଳିଲା

ଜାକର୍ତ୍ତା: ଇଣ୍ଡୋନେସିଆର ଶ୍ରୀବିଜୟା ଯାତ୍ରୀବାହୀ ବିମାନ ଆଜି ଜାକର୍ତ୍ତାରୁ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କଣ୍ଟ୍ରୋଲ ରୁମ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ୬୨ ଜଣ ବ୍ୟକ୍ତିଙ୍କ ସହ ଶ୍ରୀବିଜୟା ଏୟାର ବୋଇଙ୍ଗ ୭୩୭-୫୦୦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବିମାନ ଉଡ଼ାଣର କିଛି ମିନିଟ୍ ପରେ ଜାଭା ସାଗର ଉପରେ ନିଖୋଜ ହୋଇଯାଇଥିଲା, ଏକ ମିନିଟରେ ୧୦,୦୦୦ ଫୁଟରୁ ତଳକୁ ଖସି ଯାଇଥିଲା। ଇଣ୍ଡୋନେସିଆ ପରିବହନ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା ବସର୍ନାସ ଏବଂ ଦେଶର ପରିବହନ ସୁରକ୍ଷା କମିଟି କେଏନକେଟି ସହିତ ବିମାନର ନିଖୋଜ ଘଟଣାର ତଦନ୍ତ କରୁଛି। ସେଥିରେ ୪୩ ବୟସ୍କ ଏବଂ ୭ ପିଲା ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ । ଏହା ବୋର୍ଣ୍ଣ ଦ୍ୱୀପର ପୋଣ୍ଟିଆନକ ଯିବାର ଥିଲା। ସର୍ଚ୍ଚ ଚାଲିଥିବାବେଳେ ଉଦ୍ଧାରକାରୀ ସଂସ୍ଥାର ଅଧିକାରୀମାନେ ଜାକର୍ତ୍ତା ନିକଟ ଜଳରେ “ସନ୍ଦେହଜନକ ଆବର୍ଜନା’’ ଦେଖିବାକୁ ପାଇଛନ୍ତି ଯାହା ବିମାନର ଭଗ୍ନାବଶେଷ ବୋଲି ଅନୁମାନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା IIC 🔴 ଧଉଳି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ବିଜେପିର ବଡ଼ ବୈଠକ 🔴 ଶୀତ ସାଙ୍ଗକୁ ଘନ କୁହୁଡି 🔴 ସତ୍ୟର ସନ୍ଧାନ ଓ ସତ୍ୟକୁ ସମର୍ଥନ ପାଇଁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି