Masthead

ଜେଲରେ କ୍ୱାରେଣ୍ଟାଇନରେ ଆର୍ୟନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିନା ବାଛ ବିଚାରରେ ଏନସିବିର ନିରନ୍ତର କାର୍ଯ୍ୟାନୁଷ୍ଠାନ । ଜେଲରେ ୫ଦିନିଆ କ୍ୱାରେଣ୍ଟାଇନରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ୍ । ଆର୍ୟନଙ୍କ ବେଲ୍ ଖାରଜ ପରେ ମୁମ୍ବାଇ ଆର୍ଥର ରୋଡ ଜେଲରେ ଏବେ ଜୁନିଅର ଖାନ୍ । ସେପଟେ ଖୋଳତାଡ଼ ସମୟରେ ଅନେକ ପରିମାଣର ନିଶାଦ୍ରବ୍ୟ ଜବତ କରିଛି ଏନସିବି ।

ଆର୍ୟ୍ୟନ ଖାନଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ୬ ଗ୍ରାମ ଚରସ ନିଜ ଜୋତାରେ ନେଇଥିବା ଖୋଳତାଡରୁ ଜଣାପଡିଛି। କର୍ଡେଲିଆ କ୍ରୁଜରେ ଏହି ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ରେଡ କରିଥିଲା ଏନସିବି । ଏଥିରେ ଆର୍ୟ୍ୟନ, ଅର୍ବାଜଙ୍କ ସହ ୧୬ ଜଣଙ୍କୁ ଗିରଫ କରାଯାଇଛି । ବୟାନ ରେକର୍ଡ ବେଳେ ଆର୍ୟ୍ୟନ୍ ଓ ଅରବାଜ ମିଶି ଡ୍ରକ୍ସ ଓ ଚରସ୍ ସେବନ କରନ୍ତି ବୋଲି ମାନିଥିବା ଏନସିବି ପକ୍ଷରୁ ସୂଚନା ରହିଛି । ଏପରିକି ଚରସ ନେଇଥିବା କଥା ମଧ୍ୟ ଏନସିବି ଆଗରେ ସ୍ୱୀକାର କରିଛନ୍ତି ଆର୍ୟନ ଖାନ୍ ।

ଏନସିବି ସ୍କାନରରୁ ବାଦ ପଡିନାହାନ୍ତି ଶାହରୁଖ ଖାନଙ୍କ କର୍ମଚାରୀ । ଆର୍ୟନଙ୍କ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସେପଟେ କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟ୍ୟନ୍ ଖାନଙ୍କୁ ଗିରଫ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟାର୍ଗେଟରେ ଏବେ ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରି । ଖତ୍ରିଙ୍କ ଘର ଓ କାର୍ୟ୍ୟାଳୟରେ ଏନସିବି ଚଢାଉ କରିଛି । ତାଙ୍କୁ ଏନସିବି ମୁମ୍ବାଇରେ ପଚରାଉଚରା କରିଥିବା ଜଣାପଡିଛି । ଏହାରିଭିତରେ ଘଟଣାକୁ ନେଇ ତୀବ୍ର ହୋଇଛି ରାଜନୀତି ।

ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ପ୍ରେସମିଟ୍ କରିଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ । ଚଢାଉରେ ୧୧ ଜଣଙ୍କୁ ହେପାଜତରେ ନିଆଯାଇଥିଲା। ମାତ୍ର ପରେ ଏଜେନ୍ସି ତିନି ଜଣଙ୍କୁ ଛାଡି ଦେଇଛି। ଏମିତି କାହିଁକି। ଏନସିବି ରେଡ୍‌ର ଯାଞ୍ଚ ଆବଶ୍ୟକ କହି ଏନସିବି ଉପରେ ବର୍ଷିଛନ୍ତି ନବାବ ମଲ୍ଲିକ । କେବଳ ଏତିକି ନୁହେଁ ଏନସିବିର ମୁଖ୍ୟ ସମୀର ଓ୍ଵାଙ୍ଖେଡେ ଏବଂ ବିଜେପି ନେତାଙ୍କ ମଧ୍ୟରେ ସଂପର୍କ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ଏହି ଡ୍ରଗ୍ସ ଲିଙ୍କର ଚେର କେତେ ବାଟ ଲମ୍ବିଛି ସେନେଇ ଅଧିକ ଖୋଳତାଡ଼ ଚଳାଇଛି ଏନସିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ