Masthead

ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ଆଶିଷ ମିଶ୍ରା

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଆଶିଷ ମିଶ୍ରାଙ୍କୁ ପୋଲିସ ଆଜି ଦୀର୍ଘ ୬ଘଣ୍ଟା ଦରି ଜେରା କରିଛି । ଯେକୌଣସି ସମୟରେ ତାଙ୍କର ଗିରଫଦାରୀ ହୋଇପାରେ । ସେପଟେ ତାଙ୍କ ଗିରଫଦାରକୁ ନେଇ ବି ସବୁଆଡ଼େ ଦାବି ଜୋର ଧରିଛି । କିଷାନ ମୋର୍ଚ୍ଚା ପକ୍ଷରୁ ଦଶହରାରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରିବାକୁ ଚେତାବନୀ ଦିଆଯାଇଛି ।

ତେବେ ସୂତ୍ର ମୁତାବକ ଆଶିଷ ଅକ୍ଟୋବର ୩ ତାରିଖ ଦିନ ୨ଟା ୩୬ରୁ ୩ଟା ୩୦ ପର୍ଯ୍ୟନ୍ତ କେଉଁଠି ଥିଲେ, ତାର ଜବାବ ଦେଇ ପାରି ନାହାନ୍ତି। ଏହା ପୂର୍ବରୁ ଆଶିଷଙ୍କୁ ଶୁକ୍ରବାର ସକାଳ ୧୦ଟାରେ ଜେରା ପାଇଁ ଡକାଯାଇଥିଲା। ହେଲେ ସେ ହାଜର ହୋଇନଥିଲେ। କିନ୍ତୁ ସେ ଶନିବାର ଡେଡଲାଇନ୍‌ର ୨୨ ମିନିଟ୍ ପୂର୍ବରୁ ୧୦ଟା ୩୮ ମିନିଟ୍‌ରେ କ୍ରାଇମ ବ୍ରାଞ୍ଚ ଦପ୍ତର ପହଞ୍ଚିଥିଲେ। ତାଙ୍କୁ ପଚରାଉଚୁରା ପାଇଁ କ୍ରାଇମ ବ୍ରାଞ୍ଚ ପ୍ରାୟ ୩୨ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଥିଲା। ଜେରାର ଭିଡିଓଗ୍ରାଫ ମଧ୍ୟ କରାଯାଉଛି।

ଆଶିଷ ମିଶ୍ରଙ୍କ ବିରୋଧରେ ଆଇପିସିର ଧାରା ୧୪୭, ୧୪୮, ୧୪୯(ଦଙ୍ଗା ସମ୍ବନ୍ଧିତ), ୨୭୯(ବେପରୁଆ ଗାଡିଚାଳନା), ୩୩୮(କୌଣସି ବ୍ୟକ୍ତିଙ୍କୁ ଆଘାତ ଦେବା, ଯେଉଁଥିରେ ଜୀବନ ଯିବାର ବିପଦ ରହିଛି), ୩୦୪ ଏ(ଅବହେଳାରୁ ମୃତ୍ୟୁ), ୩୦୨(ହତ୍ୟା) ଓ ୧୨୦ବି(ଅପରାଧିକ ଷଡଯନ୍ତ୍ର ରଚନା) ଆଧାରରେ କେସ୍ ରୁଜୁ କରାଯାଇଛି। ଆଶିଷଙ୍କ ଗିରଫଦାରୀକୁ ନେଇ ପୂରା ବିରୋଧୀ ଏବଂ କୃଷକ ସଂଗଠନ ୟୁପି ସରକାର ଉପରେ ଚାପ ପକାଉଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରୀରେ ଗାଡି ଚଢାଯାଇ ୪ କୃଷକଙ୍କ ହତ୍ୟା କରାଯାଇଥିଲା। ଏହାପରେ ସୃଷ୍ଟି ହିଂସାକାଣ୍ଡରେ ଭିଡ ଦ୍ଵାରା ଆଉ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା। ୟୁପି ସରକାର ସମସ୍ତ ମୃତକଙ୍କ ପରିବାର ଲୋକଙ୍କକୁ ୪୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇଛନ୍ତି। ଏଥିସହ ପୀଡିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ଘୋଷଣା କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ