Masthead

ସାମାଜିକ ଯୁବ ସଙ୍ଗଠନର ଷଷ୍ଠତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଜୟଦେଵ ମାର୍କଟ ଛକ ଭୁବନେଶ୍ୱର ଠାରେ ସାମାଜିକ ଯୁବ ସଂଗଠନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଦଶପଲ୍ଲା ଅଞ୍ଚଳର ଅସହାୟ କର୍କଟ ପିଡ଼ିତା ବୈଦେହୀ ସେଠିଙ୍କୁ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ୨୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା  ପ୍ରତିଭାମାନଙ୍କୁ ସେବା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା ।

 

 

ଏହି ଅବସରରେ  ୪୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ନୂତନ ବସ୍ତ୍ରଦାନ ଓ କମ୍ବଳ ବଣ୍ଟନ କରାଯିବା ସହ ଦୁଇ ସମୂହ ଅନ୍ନଦାନ, ଓ ସାମାଜିକ ସଚେତନ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ରିଲିଜ କରାଯାଇଥିଲା । ସଂଗଠନ ପ୍ରତିଷ୍ଠାତା ବାପୁଓଝାଙ୍କ ସଭାପତିତ୍ୱରେ ବିବରଣୀ ପାଠ କରିଥିଲେ ସଂଗଠନ ସଭାପତି ଚିତ୍ତରଞ୍ଜନ ଦାସ, ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ହୁଣ୍ଡି ଭାଙ୍ଗିଥିଲେ ।

ସ୍ତମ୍ବକାର ଅମୀୟ ପାଣ୍ଡବ, କଲଚର ଆଡ୍ମିଷ୍ଟେଟର ନିର୍ଦ୍ଦେଶକ ଅସିତ ମହାନ୍ତି ସମାଜସେବୀ ମନସ୍ମିତା ଜେନା, ସମାଜସେବୀ ଶ୍ରୀମତୀ ଡେଜି ଶତପଥୀ, ଯୁବ ସାମ୍ବାଦିକ କିଶନ ବରାଇ, ବରିଷ୍ଠ ଆଇନିଜୀବୀ ଚକ୍ରଧର ସିଂ, ସଂଗଠନ ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର ଓ ଅମର୍ଜିତ ନାୟକ, ହାସ୍ୟ ଅଭିନେତା ସ୍ମୃତିରଞ୍ଜନ ମହାନ୍ତି, ଅଭିନେତା ବୁଲୁ ପଣ୍ଡା ପ୍ରମୁଖ ଯୋଗଦେଇ ସଂଗଠନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।  ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର ମାନସ ରଞ୍ଜନ ସାହୁ , ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସଂଗଠନର ସମସ୍ତ ସଭ୍ୟସଭ୍ୟା ମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି