Masthead

୩୬ ଘଣ୍ଟାରେ ମୋଦୀଙ୍କ ୫ହଜାର କିଲୋମିଟର ଯାତ୍ରା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ଗସ୍ତ । ୩୬ ଘଣ୍ଟାରେ ୫ହଜାର କିଲୋମିଟର ଯାତ୍ରା କରିବେ । ୭ସହରରେ ୮ଟି କାର୍ୟ୍ୟକ୍ରମରେ ହେବେ ସାମିଲ । ଦୁଇ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୭ ସହର ସ୍ତ କରିବେ । ଅନେକ ବିକାଶମୂଳଳ ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ମଧ୍ୟପ୍ରଦେଶ ଗସ୍ତ କରିବେ । ପରେ କେରଳ, ଦାଦରା ଓ ନଗର ହାବେଳି ଏବଂ ଡାମନ ଓ ଡିୟୁ ଗସ୍ତ କରିବେ । ପ୍ରଥମେ ଦିଲ୍ଲୀରୁ ଖଜୁରାହୋ ଯିବେ, ଯାହାର ଦୂରତା ୫୦୦ କିଲୋମିଟର । ରେୱାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଭାଗ ନେବେ । ଏହା ପରେ ପୁଣି ଖଜୁରାହୋ ଫେରିଆସିବେ ।

ଏଥିପାଇଁ ପୁଣି ୨୮୦ କିଲୋମିଟର ଅତିକ୍ରମ କରିବେ । ମଧ୍ୟପ୍ରଦେଶରେ ପାଖାପାଖି ୧୭ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ନ୍ୟାସ କରିବେ । ଏହା ପରେ କେରଳ ଅଭିମୁଖେ ଯାତ୍ରା କରିବେ । କୋଚିରେ ମୋଦୀ ‘ଯୁବମ କନକ୍ଲେଭ’ ଯୋଗଦେବେ । ଏଥିପାଇଁ ତାଙ୍କୁ ୧୭ଶହ କିଲୋମିଟର ଯାତ୍ରା କରିବାକୁ ପଡ଼ିବ । ଆସନ୍ତାକାଲି ସକାଳେ କୋଚିରୁ ଥିରୁଅନନ୍ତପୁରମ ଯିବେ । ସେଠାରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନର ଶୁଭାରମ୍ଭ କରିବେ । ପରେ ୧୫୭୦ କିଲୋମିଟର ଅତିକ୍ରମ କରି ସୁରଟ ଦେଇ ସିଲଭାସା ଯିବେ । ସିଲଭାସାରେ ‘ନମୋ’ ମେଡିକାଲ କଲେଜ ଗସ୍ତ କରିବେ ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ନ୍ୟାସ କରିବେ । ଏହା ପରେ ମୋଦୀ ଡାମନ୍ ଓ ଡିୟୁ ଯିବେ ଏବଂ ସେଠାରୁ ସୁରଟ ଓ ସୁରଟରୁ ଦିଲ୍ଲୀ ଫେରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ