Masthead

୩୬ ଘଣ୍ଟାରେ ମୋଦୀଙ୍କ ୫ହଜାର କିଲୋମିଟର ଯାତ୍ରା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ଗସ୍ତ । ୩୬ ଘଣ୍ଟାରେ ୫ହଜାର କିଲୋମିଟର ଯାତ୍ରା କରିବେ । ୭ସହରରେ ୮ଟି କାର୍ୟ୍ୟକ୍ରମରେ ହେବେ ସାମିଲ । ଦୁଇ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୭ ସହର ସ୍ତ କରିବେ । ଅନେକ ବିକାଶମୂଳଳ ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ମଧ୍ୟପ୍ରଦେଶ ଗସ୍ତ କରିବେ । ପରେ କେରଳ, ଦାଦରା ଓ ନଗର ହାବେଳି ଏବଂ ଡାମନ ଓ ଡିୟୁ ଗସ୍ତ କରିବେ । ପ୍ରଥମେ ଦିଲ୍ଲୀରୁ ଖଜୁରାହୋ ଯିବେ, ଯାହାର ଦୂରତା ୫୦୦ କିଲୋମିଟର । ରେୱାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଭାଗ ନେବେ । ଏହା ପରେ ପୁଣି ଖଜୁରାହୋ ଫେରିଆସିବେ ।

ଏଥିପାଇଁ ପୁଣି ୨୮୦ କିଲୋମିଟର ଅତିକ୍ରମ କରିବେ । ମଧ୍ୟପ୍ରଦେଶରେ ପାଖାପାଖି ୧୭ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ନ୍ୟାସ କରିବେ । ଏହା ପରେ କେରଳ ଅଭିମୁଖେ ଯାତ୍ରା କରିବେ । କୋଚିରେ ମୋଦୀ ‘ଯୁବମ କନକ୍ଲେଭ’ ଯୋଗଦେବେ । ଏଥିପାଇଁ ତାଙ୍କୁ ୧୭ଶହ କିଲୋମିଟର ଯାତ୍ରା କରିବାକୁ ପଡ଼ିବ । ଆସନ୍ତାକାଲି ସକାଳେ କୋଚିରୁ ଥିରୁଅନନ୍ତପୁରମ ଯିବେ । ସେଠାରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନର ଶୁଭାରମ୍ଭ କରିବେ । ପରେ ୧୫୭୦ କିଲୋମିଟର ଅତିକ୍ରମ କରି ସୁରଟ ଦେଇ ସିଲଭାସା ଯିବେ । ସିଲଭାସାରେ ‘ନମୋ’ ମେଡିକାଲ କଲେଜ ଗସ୍ତ କରିବେ ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ନ୍ୟାସ କରିବେ । ଏହା ପରେ ମୋଦୀ ଡାମନ୍ ଓ ଡିୟୁ ଯିବେ ଏବଂ ସେଠାରୁ ସୁରଟ ଓ ସୁରଟରୁ ଦିଲ୍ଲୀ ଫେରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା