ଗାଡ଼ି ମାଲିକଙ୍କ ଉପରେ ଶହେ କୋଟି ବାକି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାସ୍ତାଠାରୁ ଛକ ପର୍ଯ୍ୟନ୍ତ ସବୁଠି ଚାଲିଛି ଗାଡ଼ି ଯାଞ୍ଚ। ପୋଲିସ ବାବୁ ଓ ଆରଟିଓ ବାବୁମାନେ ବାଡ଼ି ପକାଇ ଜଗୁଛନ୍ତି। ସମସ୍ତଙ୍କ ନଜର ମଟରସାଇକେଲ ଉପରେ। ହେଲେ ବଡ଼ ବଡ଼ ଗାଡ଼ି ମାଲିକମାନେ ସରକାରୀ ଟଙ୍କା ଫାଙ୍କି ଚାଲିଛନ୍ତି। ଏମିତି ତଥ୍ୟ ଉପସ୍ଥାପନ କରିଛନ୍ତି ସିଏଜି। ପରିବହନ ବିଭାଗର ଅଡିଟ୍ କରିବା ବେଳେ ଗଦା ଗଦା ମାମଲା ପାଇଛନ୍ତି। ହଜାର ହଜାର ଗାଡ଼ି ମାଲିକ ଟିକସ ବାକି ରଖିଛନ୍ତି। ଟିକସ ନିର୍ଦ୍ଧାରଣରେ ବି ତ୍ରୁଟି କରି ସରକାରଙ୍କ ଟିକସ ବୁଡ଼ାଇଛନ୍ତି ବାବୁମାନେ।

ମୋଟର ଭେଇକଲ୍ ଟ୍ୟାକ୍ସ ଓ ଅତିରିକ୍ତ ଟ୍ୟାକ୍ସ ବାବଦ ୨୬.୭୪ କୋଟି, ପେନାଲ୍ଟି ବାବଦ ୫୩.୪୮ କୋଟି ଟଙ୍କା ଆଦାୟ ହୋଇନାହିଁ। ସେହିପରି ଟ୍ରାକ୍ଟର ଓ ଟ୍ରେଲର କମ୍ବିନେସନ ଟ୍ୟାକ୍ସ ବାବଦ ତ୍ରୁଟି ଯୋଗୁ ୧୨.୧୮ କୋଟି ଟଙ୍କା ମିଳିନାହିଁ। ତେଣେ ପରିବହନ ଅଧିକାରୀ ଓ ପୋଲିସ ମଟରସାଇକେଲକୁ ଦରାଣ୍ଡୁଛନ୍ତି। ସେମାନଙ୍କୁ ପାଇବା ମାତ୍ରେ ଫାଇନ କାଟୁଛନ୍ତି। ହେଲେ ଶହେ କୋଟିର ଟିକସ ଫାଙ୍କି ବୁଲୁଛନ୍ତି ବଡ଼ ବଡ଼ ଗାଡ଼ି ମାଲିକମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ