Before Header

ଲଗାଣ ବର୍ଷାରେ ଘରେ ପାଣି

0 27

ନାଉଗାଁ(ବଡ଼ ଖବର ବ୍ୟୁରୋ) :  ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏପଟେ ଗାଁରେ ଜଳ ନିଷ୍କାସନ ପାଇଁ ଡ୍ରେନର ସୁବିଧା ନଥିବାରୁ ବର୍ଷା ପାଣି ଘରେ ପଶୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କାନନଗୋସାହି ଗାଁରେ ।

ଏହି ଗାଁଟି ନାଉଗାଁ ବ୍ଲକର ପଛ ପଟ ଗାଁ, ହେଲେ ଆଜି ପର୍ଯ୍ୟନ୍ତ ବ୍ଲକ ପ୍ରଶାସନର ଆଢୁଆଳରେ ରହିଯାଇଛି । ଏହି ଗାଁ ରାସ୍ତା ଦେଇ ଆଖପାଖର ୭ ଗୋଟିରୁ ୮ ଗୋଟି ଗାଁର ଲୋକେ ପ୍ରତ୍ୟେକ ଦିନ ଯିବାଆସିବା କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ଯାଏଁ ବ୍ଲକ୍ ପ୍ରଶାସନର ନିଦ ଭାଙ୍ଗିଲା ନାହିଁ । ପ୍ରତ୍ୟେକ ବର୍ଷ ବର୍ଷା ଦିନେ ଗାଁ ଲୋକେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

 

Leave A Reply

Your email address will not be published.