Masthead

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୭ ବିଚାରପତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୭ ବିଚାରପତି । ଫେବୃଆରୀ ୨୪ରେ ହେବ ଶୁଣାଣି । ଇତିହାସରେ ଏଭଳି ଘଟଣା ପ୍ରଥମ । ପାଟଣା ହାଇକୋର୍ଟର ୭ଜଣ ବିଚାରପତି ରାଜ୍ୟ ସରକାରଙ୍କ ବିରୋଧରେ ନ୍ୟାୟ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି, ଯାହାର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ । ସୂଚନା ଅନୁସାରେ, ବିହାରର ଆକାଉଣ୍ଟ ଜେନେରାଲ ଏହି ୭ ବିଚାରପତିଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫ୍ ବନ୍ଦ କରିଦେଇଛନ୍ତି ।

ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ମତାମତ ଅନୁସାରେ, ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ସେମାନେ ଏହା ବିରୋଧରେ ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୭ ବିଚାରପତି ହେଉଛନ୍ତି ଜଷ୍ଟିସ୍ ଶୈଳେନ୍ଦ୍ର ସିଂହ, ଜଷ୍ଟିସ୍ ଅରୁଣ କୁମାର ଝା, ଜଷ୍ଟିସ୍ ଜିତେନ୍ଦ୍ର କୁମାର, ଜଷ୍ଟିସ୍ ଆଲୋକ କୁମାର ପାଣ୍ଡେ, ଜଷ୍ଟିସ୍ ସୁନୀଲ ଦତ୍ତା ମିଶ୍ରା, ଜଷ୍ଟିସ୍ ଚନ୍ଦ୍ର ପ୍ରକାଶ ସିଂହ, ଓ ଜଷ୍ଟିସ୍ ଚନ୍ଦ୍ରଶେଖର ଝା । ଏମାନେ ମିଳିତ ଭାବେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ