Masthead

କରୋନା କାଳର କାହାଣୀ

ମହାମାରୀ ପ୍ରତିଦିନ ଆମକୁ କିଛି ନା କିଛି ଶିଖାଇ ଚାଲିଛି । ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀଙ୍କ ପ୍ରତି ଆମର ରହିଥିବା ଚିନ୍ତାଧାରରେ ମଧ୍ୟ ପରିବର୍ତ୍ତନ ଆଣିଛି । ୨୦୨୦ରୁ ଆରମ୍ଭ ହୋଇଥିବା ମହାମାରୀ ଦିନକୁ ଦିନ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଆଉ ଏତିକି ବେଳେ ସବୁ ବିପଦକୁ ସାମ୍ନା କରି ଲୋକଙ୍କ ପାଇଁ ସବୁକିଛି ପଛରେ ଛାଡ଼ି ସେବାରେ ଲାଗିଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀ । ବ୍ୟାପୁଛି କରୋନା । ପ୍ରଶାସନ ତରଫରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ବି ଦିଆଯାଉଛି । କାରଣ ଭୂତାଣୁ ବାୟୁରେ ଉଡ଼ୁଛି । ପରିସ୍ଥିତିର ଭୟାବହତାକୁ ନଜରରେ ରଖି ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ବି ଲାଗୁ କରାଯାଇଛି । ଏହି ସମୟରେ ଆମକୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ସମ୍ମୁଖ ଯୋଦ୍ଧା । କରୋନା ରୋଗୀଙ୍କ ପାଇଁ ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ସ୍ୱାସ୍ଥ୍ୟକର୍ମୀ ।

ହସ୍ପିଟାଲ ପ୍ରତିଦିନ କରୋନା ରୋଗୀଙ୍କୁ ଚିକିତ୍ସା କରି ସେମାନଙ୍କୁ ଭଲ କରାଇବା ବେଳେ କିଛି ଡାକ୍ତର ମାନେ ପଜିଟିଭ ହୋଇଛନ୍ତି । ସେହିପରି କିଛି ସ୍ୱାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ତଥାପି ନିଜ ଜୀବନକୁ ପାଣି ଛଡ଼ାଇ ଆଗେଇ ଆସିଛନ୍ତି ଲୋକଙ୍କ ସେବାରେ । ସେପଟେ ଜଣେ ଡାକ୍ତର ଟ୍ୱିଟ୍ କରି ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ସେ କୋଭିଡ଼ ୱାର୍ଡ଼ରେ ଚିକିତ୍ସା କରୁଥିବାରୁ ତାଙ୍କ ପରିବାର ବ୍ୟକ୍ତିଙ୍କୁ ଦୀର୍ଘ ୧୦ ମାସ ହେବ ଦେଖା କରିନଥିବା ମଧ୍ୟ କହିଛନ୍ତି । ପ୍ରତିଦିନ କିଛି ସ୍ୱାସ୍ଥ୍ୟକର୍ମୀଙ୍କ ବିଭିନ୍ନ ଭିଡିଓ ଓ ଫଟୋ ବି ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି କରୋନାକାଳରେ ସେମାନେ ଯେ, କେତେ ପରିଶ୍ରମ କରୁଛନ୍ତି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । କେବଳ ସ୍ୱାସ୍ଥ୍ୟକର୍ମୀ ନୁହଁନ୍ତି । ସୁରକ୍ଷା କର୍ମୀମାନେ ବି ଏହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି ।

ସବୁଆଡ଼େ ନାଇଟ୍ କର୍ଫ୍ୟୁ, ଲକଡାଉନ, ସଟଡାଉନ୍ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି ଭାବେ ପାଳନ କରୁଛନ୍ତି ସୁରକ୍ଷା କର୍ମୀ । ଖାଲି ସେତିକି ନୁହେଁ କୋଭିଡ଼ ହସ୍ପିଟାଲ ପାଇଁ ଜରୁରୀ ଥିବା ସମସ୍ତ ସାମଗ୍ରୀ ମଧ୍ୟ ଯୋଗାଇ ଦେଇ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ସୁରକ୍ଷାକର୍ମୀ । ନିକଟରେ ଆସିଥିବା ଏକ ଖବର ଅନୁଯାୟୀ, ଜଣେ ୮୦ ବର୍ଷର ବୃଦ୍ଧ ଯିଏକି କରୋନା ପଜିଟିଭ୍ ହୋଇଥିବା ନେଇ ତାଙ୍କ ଝିଅ ଦିଲ୍ଲୀ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ସେହି ବୃଦ୍ଧାଙ୍କୁ ସାହାଯ୍ୟ କରି ସୁରକ୍ଷିତ ଭାବେ ହସ୍ପିଟାଲ ଭର୍ତ୍ତି କରାଇଥିଲେ । ସେହିପରି ଲୋକ ମାନେ କିପରି ଲକଡାଉନ ସମୟରେ ସୁରକ୍ଷିତ ଅନୁଭବ କରିବେ ସେ ନେଇ ବି ତତ୍ପର ରହିଛନ୍ତି ସୁରକ୍ଷାକର୍ମୀ । କରୋନା କାଳରେ ଲୋକଙ୍କ ସୁରକ୍ଷା । କରୋନାର ପ୍ରଥମ ଲହରଠୁ ଆରମ୍ଭ କରି ଦ୍ୱିତୀୟ ଲହରୀ ପର୍ଯ୍ୟନ୍ତ । ଲୋକଙ୍କୁ ସୁରକ୍ଷା ଦେବାରେ ଆଗେଇ ଆସିଛନ୍ତି ସମ୍ମୁଖ ଯୋଦ୍ଧା । ଏଥିରେ ବହୁ ସମ୍ମୁଖ ଯୋଦ୍ଧାଙ୍କ ପ୍ରାଣ ମଧ୍ୟ ଗଲାଣି । କିନ୍ତୁ ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ସଚେତନ ହେଉନାହାନ୍ତି ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା