Masthead

ବୟସର ଅପରାହ୍ନରେ ବି ଦେଉଛନ୍ତି ମାଗଣା ଶିକ୍ଷାଦାନ

ଘସିପୁରା(ବଡ଼ ଖବର ବ୍ୟୁରୋ): ଶିକ୍ଷାଦାନ ପାଇଁ ଉତ୍ସର୍ଗୀକୃତ ଜୀବନ । ଅବସର ଗ୍ରହଣ ପରେ ବି ଥକି ଯାଇ ନାହାଁନ୍ତି ସେ । ୮୩ବର୍ଷ ବୟସରେ ମଧ୍ୟ ତାଙ୍କ ଉପରେ ପଡିନି ବୟସର ଛାପ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଙ୍ଗାରୁଆ ଗାଁର ଆଦର୍ଶ ଶିକ୍ଷକ ମାୟାଧର ରଥ । ଗାଁ କଜଳେଇ ମନ୍ଦିରର ଶାନ୍ତ, ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ ।

ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ରଥ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ । ଅଳତୀ ଦରିଦ୍ର ନାରାୟଣ ବିଦ୍ୟାପୀଠରୁ ଅବସର ନେବା ପରେ ଗାଁମନ୍ଦିର ବେଢା ତାଙ୍କ ପାଇଁ ପାଲଟିଛି ନୂତନ କର୍ମକ୍ଷେତ୍ର । ପାଠପଢା ଶେଷ କରିବା ପରେ ଅନ୍ୟ ଚାକିରୀ ଛାଡି ପିତାମାତାଙ୍କ ସେବା କରିବା ପାଇଁ ଅଳତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ।

ସଫଳତାର ସହ ୪୦ ବର୍ଷ ଶିକ୍ଷାଦାନ କରିବା ସହ ଜଣେ କୃତି ଶିକ୍ଷକ ଭାବେ ସେ ରାଜ୍ୟପାଳ ପୁରସ୍କାର ମଧ୍ୟ ପାଇଛନ୍ତି । ଏଥିସହ ଶତାଧିକ ଗଳ୍ପ,କବିତା ଓ ପ୍ରବନ୍ଧ ରଚୟିତା ମାୟାଧର ରଥ । ତାଙ୍କର ଲେଖା ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି । ସେଥିପାଇଁ ତାଙ୍କୁ ବହୁ ସାହିତ୍ୟିକ ଅନୁଷ୍ଠାନ ତରଫରୁ ପୁରସ୍କୃତ ମଧ୍ୟ କରାଯାଇଛି ।

ଦୁଃଖ ଓ ବିଷାଦରେ ଅନ୍ୟମାନେ ଅବସର ସମୟ କାଟୁଥିବା ବେଳେ, ଅବସର ସମୟ ମାୟାଧର ରଥଙ୍କ ପାଇଁ ଏକ ନୂତନ ପ୍ରେରଣାର ଉତ୍ସ ପାଲଟିଛି । ବୟସର ଅପରାହ୍ନରେ ବି ଦେଉଛନ୍ତି ମାଗଣା ଶିକ୍ଷାଦାନ । ଅବସର ଯାହାଙ୍କ ପାଇଁ ଆଶ୍ରିବାଦ ପାଲଟିଛି । ଦୀର୍ଘ ୨୩ ବର୍ଷ ଧରୀ ମାଗଣାରେ କରୁଛନ୍ତି ଶିକ୍ଷା ଦାନ । ଉପକୃତ ହେଉଛନ୍ତି ଶହଶହ ଛାତ୍ରଛାତ୍ରୀ । ଏଥିପାଇଁ ସ୍ଥାନିୟ ଅଞ୍ଚଳରେ ମାୟାଧର ରଥ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଏକ ଉଦାହରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା!