Masthead

ମେହୁଲ ଚୋକସିଙ୍କୁ ଆଣିବାକୁ ଡୋମିନିକାରେ ଭାରତର ୮ ଜଣିଆ ଟିମ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଫେରିବ ମେହୁଲ ଚୋକସି । ଡୋମିନିକାରେ ଗିରଫ ପରେ ଏବେ ତାଙ୍କୁ ଭାରତ ଆଣିବାକୁ ଡୋମିନିକାରେ ଡେରା ପକାଇଛି ଭାରତର ଇଡି, ସିବିଆଇ ଭଳି ଏକାଧିକ ସଂସ୍ଥାର ୮ଜଣିଆ ଟିମ । ବୁଧବାର ଡୋମିନିକା କୋର୍ଟରେ ଶୁଣାଣି ସମୟରେ କୋର୍ଟରେ ଚୋକସିର ଅର୍ଥନୈତିକ ଅପରାଧର ଦସ୍ତାବିଜ ଦାଖଲ ସହିତ ଡୋମିନିକାର ସରକାରୀ ଓକିଲଙ୍କୁ ସାହାଯ୍ୟ କରିବ ଭାରତୀୟ ପ୍ରତିନିଧି ଦଳ । କେବଳ ସେତିକି ନୁହେଁ ମେହୁଲ ଚୋକସି ଭାରତୀୟ ନାଗରିକ ବୋଲି ପ୍ରମାଣ ପତ୍ର ଦେଇ ତାକୁ ଭାରତ ଫେରିବାକୁ କୋର୍ଟରେ ଆବେଦନ କରିବ ଏହି ୮ଜଣିଆ ଦଳ ।

ତେବେ ୨୦୧୭ରୁ ଚୋକସି ଆଣ୍ଟିଗୁଆର ନାଗରିକତା ଗ୍ରହଣ କରି ୨୦୧୮ରୁ ସେଠାରେ ରହି ଆସୁଥିଲା । ଆଣ୍ଟିଗୁଆରୁ କ୍ୟୁବାକୁ ଫେରାର ହେଉଥିବା ସମୟରେ ଡୋମିନିକାରେ ଧରା ପଡ଼ିଛି ଚୋକସି । ତେବେ ସେ ଡୋମିନିକାର ସଦସ୍ୟ ନହୋଇଥିବା କାରଣରୁ ସେଠାକାର ମୌଳିକ ଅଧିକାର ନେଇ କୌଣସି ଦାବି କରିପାରିବନି ଏବଂ ତାର ଭାରତ ଆସିବା ଏକ ପ୍ରକାର ସହଜ ହୋଇଯିବା ନେଇ ଅନୁମାନ କରାଯାଉଛି ।

ସେହିଭଳି ଡୋମିନିକା କୋର୍ଟ ଚୋକସିକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଲେ ଏହି ଟିମ ଚୋକସି କୁ କତାର ଭାୟା ଦେଇ ଭାରତ ଆଣିବ । ଦିଲ୍ଲୀ ପହଞ୍ଚିବା ମାତ୍ରେ ଏୟାରପୋର୍ଟରେ ହିଁ ତାକୁ ଗିରଫ କରାଯିବ । ମିଶନ ଚୋକସି ଟିମରେ ଡୋମିନିକା ଯାଇଛନ୍ତି ସିବିଆଇର ବ୍ୟାଙ୍କିଙ୍ଗ ଫ୍ରଡ ବିଭାଗର ମୁଖ୍ୟ ଶାରଦା ରାଉତ । ତାଙ୍କ ନେତୃତ୍ୱରେ ଯାଇଛନ୍ତି ସିବିଆଇର ୨ଜଣ ଅଧିକାରୀ, ପ୍ରବର୍ତନ ନିର୍ଦ୍ଦେଶାଳୟର ୨ ଜଣ ଏବଂ ସିଆରପିଏଫର ୨ ଜଣ ଅଧିକାରୀ । ମେ ୨୬ ତାରିଖରେ ଚୌକସି ଧରା ପଡିବା ପରେ ଭାରତର ଏହି ଟିମ୍ ମେ ୨୮ ତାରିଖରେ ଛୋଟ ଦ୍ୱୀପ ଡୋମିନିକାରେ ପହଂଚିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼