Masthead

ରାଜ୍ୟମାନଙ୍କୁ ୮୮୭୩ କୋଟି ଆଗୁଆ କିସ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ସଙ୍କଟ ମୁକାବିଲା । ରାଜ୍ୟ ମାନଙ୍କ ପାଇଁ ଆଗୁଆ ଘୋଷଣା ହେଲା ପାଣ୍ଠି । କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପାଇଁ ପ୍ରଥମ କିସ୍ତିରେ ୮,୮୭୩.୬ କୋଟି ଟଙ୍କା ଆଜି ରିଲିଜ କରିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ କରି କରୋନା ସଂକ୍ରମଣ ୪ଲକ୍ଷ ଟପିବା ପରେ ଏହି ପାଣ୍ଠି ରିଲିଜ କରିଛନ୍ତି ସରକାର । ଏନେଇ ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି, ଜୁନ ମାସରେ ମିଳୁଥିବା ପ୍ରଥମ କିସ୍ତିକୁ ସରକାର ଆଗୁଆ ରାଜ୍ୟ ମାନଙ୍କ ପାଇଁ ରିଲିଜ କରିଛନ୍ତି । ୮,୮୭୩ କୋଟି ଟଙ୍କାର ଅଧା ୪,୪୩୬ କୋଟି ଟଙ୍କା କୋଭିଡ଼-୧୯ କଣ୍ଟେନମେଣ୍ଟ ପଦକ୍ଷେପରେ ବ୍ୟବହାର କରିପାରିବେ ସମସ୍ତ ରାଜ୍ୟ ।

ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା ଭାବେ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ସମସ୍ତ ରାଜ୍ୟ ପାଇଁ ଆଗୁଆ ଏହି ପାଣ୍ଠି ରିଲିଜ କରାଯାଇଛି । ଅର୍ଥ କମିଶନଙ୍କ ସୁପାରିସ ପରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ପ୍ରଥମ କିସ୍ତି ସାଧାରଣତଃ ଜୁନ ମାସରେ ଏହି ପାଣ୍ଠି ରିଲିଜ କରାଯାଏ । କିନ୍ତୁ ଦେଶର ପ୍ରତ୍ୟେକ ରାଜ୍ୟ ଏବେ ମହାମାରୀକୁ ମୁକାବିଲା କରୁଥିବାରୁ ବିଧିଗତ ବ୍ୟବହାରିକ ପ୍ରମାଣପତ୍ରକୁ ଅପେକ୍ଷା ନକରି ଏହି ଅର୍ଥରାଲି ରିଲିଜ କରାଯାିଛି । କରୋନା ସଙ୍କଟ ପାଇଁ ହସ୍ପିଟାଲରେ ଦେଖା ଦେଉଥିବା ପ୍ରତ୍ୟେକ ଅସୁବିଧା କ୍ଷେତ୍ରରେ ରାଜ୍ୟମାନେ ଏହି ପାଣ୍ଠିର ଉପଯୋଗ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ