Masthead

ଭାରତକୁ ସହାୟତା ଯୋଗାଇବାକୁ ଆମେରିକା ପ୍ରତିଶ୍ରୁତି ବଦ୍ଧ: କମଳା ହାରିସ

ୱାସିଂଟନ(ବଡ଼ ଖବର ବ୍ୟୁରୋ): ଭାରତରେ ବଢ଼ିଚାଲିଛି ସଂକ୍ରମଣ । ଭାରତର ଏପରି ପରିସ୍ଥିତିକୁ କରୁଣ ବୋଲି କହିଛନ୍ତି ଆମେରିକା ଉରାଷ୍ଟ୍ରପତି କମଳା ହାରିସ । ଶୁକ୍ରବାର ଓହିଓର ସିନିନାଟିରେ ଏକ ସାମ୍ବାଦିକ ସମ୍ମିଳନୀରେ ହାରିସ କହିଛନ୍ତି ଯେ, ଜୀବନ ହାନୀ କ୍ଷେତ୍ରରେ ଭାରତର ପରିସ୍ଥିତି ଅତ୍ୟନ୍ତ କରୁଣ ସେଥିରେ ସନ୍ଦେହ ନାହିଁ । ଆଉ ଏକ ଦେଶ ହିସାବରେ ଆମେ ଭାରତକୁ ସହାୟତା ଯୋଗାଇ ଦେବାକୁ ପ୍ରତିବଦ୍ଧ ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିପିଇ କିଟ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଭାରତକୁ ଆମେ ଅର୍ଥ ସାହାଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇସାରିଛୁ । କିନ୍ତୁ ପରିସ୍ଥିତି ଅତି ଜଟିଳ ଆଉ ଏଥିରେ ପୀଡ଼ିତ ହେଉଥିବା ଲୋକମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । ମାଡ଼ି ଚାଲିଥିବା କରୋନା ସଂକ୍ରମଣ ଓ ପରିବର୍ତ୍ତିତ ଭାରତୀୟ ପ୍ରଜାତିର ଭୂତାଣୁ କାରଣରୁ ପୂର୍ବରୁ ଭାରତକୁ ଆସିବାକୁ ଆମେରିକା ନିଜ ନାଗରିକ ମାନଙ୍କ ପ୍ରତି କଟକଣା ଘୋଷଣା କରି ସାରିଛି । ଆଉ ସର୍ବ ସାଧାରଣରେ ନିଷେଧାଦେଶ ଘୋଷଣା ହେବା ପରେ ହାରିସଙ୍କର ଭାରତରେ ଥିବା ସମ୍ପର୍କୀୟଙ୍କ ସହ ସେ କଥା ହୋଇ ନାହାନ୍ତି ବୋଲି ହାରିସ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ମ ଦିନରେ ‘ମହାବତାର ନରସିଂହ’ର ବକ୍ସ ଅଫିସ୍ କଲେକ୍ସନ 🔴 ପୁଣି ଜନନୀ ଯନ୍ତ୍ରଣା, ବାଟରେ ଜନ୍ମ ହେଲା ନବଜାତ ଶିଶୁ 🔴 ମା’କୁ ହାଣି ପୁଅର ଥାନାରେ ଆତ୍ମସମର୍ପଣ 🔴 ଗିରଫ ହେଲେ ବାଂଲାଦେଶୀ ଅଭିନେତ୍ରୀ 🔴 ଆଜି ସମ୍ବଲପୁରୀ ଦିବସ 🔴 ପରିସ୍ରା ପିଆଇବା ଘଟଣା, ପିଅନ ଗିରଫ 🔴 ଏହି ସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା, ଆଉ ଜଣେ ଗିରଫ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ୮ମ ଦିନରେ ‘ମହାବତାର ନରସିଂହ’ର ବକ୍ସ ଅଫିସ୍ କଲେକ୍ସନ 🔴 ପୁଣି ଜନନୀ ଯନ୍ତ୍ରଣା, ବାଟରେ ଜନ୍ମ ହେଲା ନବଜାତ ଶିଶୁ 🔴 ମା’କୁ ହାଣି ପୁଅର ଥାନାରେ ଆତ୍ମସମର୍ପଣ 🔴 ଗିରଫ ହେଲେ ବାଂଲାଦେଶୀ ଅଭିନେତ୍ରୀ 🔴 ଆଜି ସମ୍ବଲପୁରୀ ଦିବସ 🔴 ପରିସ୍ରା ପିଆଇବା ଘଟଣା, ପିଅନ ଗିରଫ 🔴 ଏହି ସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ 🔴 ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା, ଆଉ ଜଣେ ଗିରଫ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ