Masthead

ଘଣ୍ଟେଶ୍ୱର ଖଦାଳ ପୋଖରୀରେ ବିପର୍ଯ୍ୟସ୍ତ ରାସ୍ତା, ପ୍ରଶାସନର ନିଦ ଭାଙ୍ଗିବ କେବେ ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ସ୍ୱାଧୀନତାର ୭୫ ବର୍ଷ ପରେ ବି ଅନେକ ଅଞ୍ଚଳରେ ବିକାଶ ପହଞ୍ଚିପାରିନାହିଁ । ସେମିତି ଏକ ଅଞ୍ଚଳ ହେଉଛି ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର । ଘଣ୍ଟେଶ୍ୱର ଅଞ୍ଚଳରେ ଆସୁଥିବା ଅନେକ ପଞ୍ଚାୟତ, ଅନେକ ଗାଁ ଏବେ ବି ବିକାଶ ଅପେକ୍ଷାରେ । ସେମିତି ଏକ ପଞ୍ଚାୟତ ହେଉଛି ଖଦାଳପୋଖରୀ । ଏଠାରେ ଗମନାଗମନ ଏକ ବଡ଼ ସମସ୍ୟା ସାଜିଛି । ଭଲ ରାସ୍ତା ସାତ ସପନ । ନିର୍ବାଚନର ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି ନେତା । ପୁଣି ନିର୍ବାଚନ ଆସୁଛି, ତେଣୁ ପଞ୍ଚାୟତର ଦୁର୍ଦ୍ଦଶା ନେତାଙ୍କୁ ଦେଖାଉଛି ବଡ଼ ଖବର । ଏମିତି ଏକ ପଞ୍ଚାୟତ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱରର ଖଦାଳପୋଖରୀ ପଞ୍ଚାୟତ ।

ପୂର୍ବରୁ ଏହା ତୋଟାପଡ଼ା ପଞ୍ଚାୟତ ଅଧୀନରେ ଥିଲା । ୨୦୧୭ରେ ନୂଆ କରି ୭ଟି ଗାଁକୁ ନେଇ ଖଦାଳପୋଖରୀ ପଞ୍ଚାୟତ ଗଠନ ହେଲା । ଆଶା ଥିଲା, ବିକାଶ ବଢିବ । ଗାଁର ସମସ୍ୟା ଦୂର ହେବ । କିନ୍ତୁ ଗାଁରେ କ’ଣ ବିକାଶ ହୋଇଛିି, ତାହା ଗାଁର ଗମନାଗମନ ବ୍ୟବସ୍ଥାରୁ ଜାଣିପାରିବେ । ଦେଖନ୍ତୁ ଖଦାଳପୋଖରୀ ପଞ୍ଚାୟତ ବିଭିନ୍ନ ଗାଁର ଦୃଶ୍ୟ । ଖାଲଖମାରେ ଭର୍ତ୍ତି ପଞ୍ଚାୟତର ମୁଖ୍ୟ ରାସ୍ତା । ଅଣଓସାରିଆ, ବିପଦଶଙ୍କୁଳ । ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଯା’ଆସ କରନ୍ତି । ଲୋକେ ବଜାର ଯା’ନ୍ତି, ପିଲା ସ୍କୁଲ ଯା’ନ୍ତି । ବର୍ଷା ଦିନରେ ଯିବା ଆସିବା ଆହୁରି କଷ୍ଟକର ହୋଇପଡ଼େ । ରାସ୍ତା ଉପରେ ପାଣି ଜମି ରହେ । ଗାଁ ରାସ୍ତାର ସମସ୍ୟାକୁ ନେଇ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅନେକ ଥର ଗୁହାରୀ କରିଛନ୍ତି ପଞ୍ଚାୟତବାସୀ । କିନ୍ତୁ ସବୁଥର ମିଳେ କେବଳ ପ୍ରତିଶ୍ରୁତି । ଯାହା ପୂରା ହୁଏନି ।

କିଛି ଗାଁରେ ହୋଇଥିଲା କଂକ୍ରିଟ ରାସ୍ତା । କିନ୍ତୁ ସେଗୁଡ଼ିକ ମରାମତି ଅଭାବରୁ ଭାଙ୍ଗି ଗଲାଣି । ଅନେକ ଗାଁ ଏବେ ବି ରାସ୍ତା ଅପେକ୍ଷାରେ । ଗମନାଗମନ ସମସ୍ୟା ଯୋଗୁଁ ଅନ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ବାଧାପ୍ରାପ୍ତ ହେଉଛି । ସ୍ୱାସ୍ଥ୍ୟ, ବିଜୁଳି, ଶିକ୍ଷା ସବୁ କ୍ଷେତ୍ରରେ ଖଦାଳପୋଖରୀ ପଞ୍ଚାୟତକୁ ଅବହେଳା କରାଯାଇଛି । ଖାଲି ଖଦାଳପୋଖରୀ ନୁହେଁ, ସମଗ୍ର ଘଣ୍ଟେଶ୍ୱର ଅଞ୍ଚଳ ଅବହେଳିତ ହୋଇପଡ଼ିଛି । ଏ କ୍ଷେତ୍ରରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଭଦ୍ରକ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’