Masthead

ସୁପର ଡ୍ୟାନ୍ସର ଚାପ୍ଟର-୪ ଟ୍ରଫି ଜିତିଲେ ଫ୍ଲୋରିନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ‘ସୁପର ଡ୍ୟାନ୍ସର-ଚାପ୍ଟର ୪’ ଜିତିଲେ ଫ୍ଲୋରିନା ଗୋଗୋଇ। ଶୋ’ର ବିଜେତା ହେବା ପରେ ପାଇଲେ ଟ୍ରଫି ସାଙ୍ଗକୁ ୧୫ ଲକ୍ଷ ଟଙ୍କା। ଏବେ ଫ୍ଲୋରିନାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ୍ସ ଏବେ ତାଙ୍କୁ ବଧାଇ ଜଣାଉଛନ୍ତି । ମାତ୍ର ୭ ବର୍ଷ ବୟସରୁ ଏପରି ଚମକ୍ରାର ପ୍ରଦର୍ଶନ ପାଇଁ ଏବେ ସବୁଠି ତାଙ୍କରି ହିଁ ପ୍ରଶଂସା । ଏହି ଶୋ’ରେ ତାଙ୍କର ମେଣ୍ଟର ସାଜିଥିଲେ କୋରିଓଗ୍ରାଫର ତୁଷାର ଶେଟ୍ଟୀ। ତୁଷାରଙ୍କ ସହିତ ଫ୍ଲୋରିନା ଉଠାଇଥିଲେ ‘ସୁପର ଡ୍ୟାନ୍ସର-ଚାପ୍ଟର ୪’ର ଟ୍ରଫି। ଏହି ଶୋ’ର ବିଜେତା ହେବା ପରେ ଫ୍ଲୋରିନା କହିଥିଲେ ଯେ ସେ କେବେ ବି ଏହାକୁ ଜିତିବେ ବୋଲି ଭାବି ନଥିଲେ। ସେ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଶେଷରେ ଟ୍ରଫି ଜିତି ସେ ଏବେ ଖୁବ୍ ଖୁସି ଅଛନ୍ତି ।

ସେହିଭଳି ତାଙ୍କ ମେଣ୍ଟର ତଥା କୋରିଓଗ୍ରାଫର ତୁଷାର ଶେଟ୍ଟୀ କହିଥିଲେ, ଏହି ଶୋ’ରେ ଲୋକେ ଆମକୁ ଖୁବ୍ ସମର୍ଥନ କରିଛନ୍ତି। ଆମ ଯୋଡ଼ିକୁ ଲୋକେ ପସନ୍ଦ କରିଛନ୍ତି। ସେମାନେ ଆମକୁ ‘ଫ୍ଲୋତୁସ୍‌’ ନାଁ ଦେଇଛନ୍ତି। ଯେତେବେଳେ ଫ୍ଲୋରିନା ବେଶ୍ କିଛି ସମୟ ଧରି ସବୁଠୁ ଅଧିକ ଭୋଟ୍ ପାଇ ଚାଲିଲେ, ସେତେବେଳେ ଆମେ ଫାଇନାଲ୍‌ରେ ପହଞ୍ଚିଯିବୁ ବୋଲି ମୁଁ ଭାବିଥିଲି। ଜିତିବା ପରେ ଲାଗୁଛି ଯେ ଆମକୁ ଆମ ୮/୯ ମାସର କଠିନ ପରିଶ୍ରମର ଫଳ ମିଳିଛି।ତବେ ଫ୍ଲୋରିନାଙ୍କ ପାଖକୁ ଏବେ ଛୁଟିଛି ସୁଭେଚ୍ଛାର ସୁଅ । ଏତେ ଛୋଟ ବୟସବୁ ଟ୍ରଫି ଜିତିବା କୌଣସି ସହଜ ନୁହେଁ । ତା ସାଙ୍ଗକୁ ତାଙ୍କ ଦମଦାର ଡ୍ୟାନ୍ସ ଏବେ ସମସ୍ତଙ୍କ ମନ କିଣି ନେଇଛି । ସୁପର ଡ୍ୟାନ୍ସର-୪ ଟ୍ରଫି ଜିତବା ପରେ ଏବେ ସେସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଆଗକୁ ସେ ବଡ ପରଦାରେ ବି ନଜର ଆସିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ