ସୁପର ଡ୍ୟାନ୍ସର ଚାପ୍ଟର-୪ ଟ୍ରଫି ଜିତିଲେ ଫ୍ଲୋରିନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ‘ସୁପର ଡ୍ୟାନ୍ସର-ଚାପ୍ଟର ୪’ ଜିତିଲେ ଫ୍ଲୋରିନା ଗୋଗୋଇ। ଶୋ’ର ବିଜେତା ହେବା ପରେ ପାଇଲେ ଟ୍ରଫି ସାଙ୍ଗକୁ ୧୫ ଲକ୍ଷ ଟଙ୍କା। ଏବେ ଫ୍ଲୋରିନାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ୍ସ ଏବେ ତାଙ୍କୁ ବଧାଇ ଜଣାଉଛନ୍ତି । ମାତ୍ର ୭ ବର୍ଷ ବୟସରୁ ଏପରି ଚମକ୍ରାର ପ୍ରଦର୍ଶନ ପାଇଁ ଏବେ ସବୁଠି ତାଙ୍କରି ହିଁ ପ୍ରଶଂସା । ଏହି ଶୋ’ରେ ତାଙ୍କର ମେଣ୍ଟର ସାଜିଥିଲେ କୋରିଓଗ୍ରାଫର ତୁଷାର ଶେଟ୍ଟୀ। ତୁଷାରଙ୍କ ସହିତ ଫ୍ଲୋରିନା ଉଠାଇଥିଲେ ‘ସୁପର ଡ୍ୟାନ୍ସର-ଚାପ୍ଟର ୪’ର ଟ୍ରଫି। ଏହି ଶୋ’ର ବିଜେତା ହେବା ପରେ ଫ୍ଲୋରିନା କହିଥିଲେ ଯେ ସେ କେବେ ବି ଏହାକୁ ଜିତିବେ ବୋଲି ଭାବି ନଥିଲେ। ସେ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଶେଷରେ ଟ୍ରଫି ଜିତି ସେ ଏବେ ଖୁବ୍ ଖୁସି ଅଛନ୍ତି ।

ସେହିଭଳି ତାଙ୍କ ମେଣ୍ଟର ତଥା କୋରିଓଗ୍ରାଫର ତୁଷାର ଶେଟ୍ଟୀ କହିଥିଲେ, ଏହି ଶୋ’ରେ ଲୋକେ ଆମକୁ ଖୁବ୍ ସମର୍ଥନ କରିଛନ୍ତି। ଆମ ଯୋଡ଼ିକୁ ଲୋକେ ପସନ୍ଦ କରିଛନ୍ତି। ସେମାନେ ଆମକୁ ‘ଫ୍ଲୋତୁସ୍‌’ ନାଁ ଦେଇଛନ୍ତି। ଯେତେବେଳେ ଫ୍ଲୋରିନା ବେଶ୍ କିଛି ସମୟ ଧରି ସବୁଠୁ ଅଧିକ ଭୋଟ୍ ପାଇ ଚାଲିଲେ, ସେତେବେଳେ ଆମେ ଫାଇନାଲ୍‌ରେ ପହଞ୍ଚିଯିବୁ ବୋଲି ମୁଁ ଭାବିଥିଲି। ଜିତିବା ପରେ ଲାଗୁଛି ଯେ ଆମକୁ ଆମ ୮/୯ ମାସର କଠିନ ପରିଶ୍ରମର ଫଳ ମିଳିଛି।ତବେ ଫ୍ଲୋରିନାଙ୍କ ପାଖକୁ ଏବେ ଛୁଟିଛି ସୁଭେଚ୍ଛାର ସୁଅ । ଏତେ ଛୋଟ ବୟସବୁ ଟ୍ରଫି ଜିତିବା କୌଣସି ସହଜ ନୁହେଁ । ତା ସାଙ୍ଗକୁ ତାଙ୍କ ଦମଦାର ଡ୍ୟାନ୍ସ ଏବେ ସମସ୍ତଙ୍କ ମନ କିଣି ନେଇଛି । ସୁପର ଡ୍ୟାନ୍ସର-୪ ଟ୍ରଫି ଜିତବା ପରେ ଏବେ ସେସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଆଗକୁ ସେ ବଡ ପରଦାରେ ବି ନଜର ଆସିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ