Masthead

ବିଶ୍ୱବିଦ୍ୟାଳୟ କର୍ମଚାରୀ ବିକୁଥିଲେ ବାଘଛାଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାଘଛାଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଧର୍ମ କିମ୍ବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକମାନେ ବାଘ ଛାଲ ଘରେ ରଖିବାକୁ ବେଶ୍ ପସନ୍ଦ କରୁଛନ୍ତି । ଆଉ କେହି କେହି ଆଭିଜାତ୍ୟ ଦେଖାଇ ହେବାକୁ ଯାଇ ବାଘ ଛାଲ ଘରର ଡ୍ରଇଁରୁମରେ ରଖିଥାନ୍ତି ।

ରାଜ୍ୟର ବିଭିନ୍ନ ଜଙ୍ଗଲ ତଳି ଅଞ୍ଚଳରେ ରହୁଥିବା ଶିକାରୀମାନଙ୍କ ସହ ବାଘଛାଲ ମାଫିଆମାନେ ଡିଲ କରିଥାନ୍ତି । ଅର୍ଥ ଲୋଭରେ ଶିକାରୀମାନେ ଜଙ୍ଗଲରୁ କଲରାପତରିଆ ବାଘ ଶିକାର କରି ଛାଲ, ନଖ, ନିଶ ପ୍ରଭୃତି ସଂଗ୍ରହ କରି ମାଫିଆମାନଙ୍କ ହାତରେ ଟେକିଦେଇଥାନ୍ତି । ମାଫିଆମାନେ ମୋଟା ଅଙ୍କର ଅର୍ଥ ବଳରେ ଗ୍ରାହକଙ୍କୁ ଦେଇଥାନ୍ତି ।

ଏଭଳି ଏକ ଡିଲର ଆଜି ପୂର୍ଣ୍ଣଚ୍ଛେଦ ପକାଇଛି କ୍ରାଇମ୍ ବ୍ରାଞ୍ଚରର ଏସଟିଏଫ । ରାଜଧାନୀ ବରମୁଣ୍ଡା ଅଞ୍ଚଳରୁ ଏସଟିଏଫ ଜଣେ ଲୋକଙ୍କୁ ଗିରଫ କରି ଜବତ କରିଛି ଏକ କଲରାପତରିଆ ବାଘର ଛାଲ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରୁ ବାଇକ୍ରେ ଆସିଥିବା ଜଣେ ଲୋକ ୩ଲକ୍ଷ ଟଙ୍କାରେ ବାଘଛାଲ ବିକ୍ରି କରିବା ପାଇଁ ପୂର୍ବରୁ ଡିଲ୍ କରିଥିଲା । ଏହି ଖବର ପାଇସାରିଥିଲା ଏସଟିଏଫ । ରାତିସାରା ବରମୁଣ୍ଡା ଅଞ୍ଚଳରେ ଏସଟିଏଫର କର୍ମଚାରୀମାନେ ଡେରା ପକାଇଥିଲେ ।

ଭୋର ଭୋରୁ ଆରମ୍ଭ ହୋଇଥିଲା ଅପରେସନ । କରଞ୍ଜିଆ ଅଞ୍ଚଳରୁ ଆସିଥିବା ଲୋକଟି ବାଇକ୍ରେ ବାଘଛାଲ ନେଇ ଯାଉଥିବା ବେଳେ ଏସଯିଏଫ୍ କର୍ମଚାରୀମାନେ ମାଡିବସିଥିଲେ । ଉକ୍ତ ଲୋକଙ୍କୁ ଗିରଫ କରାଯାଇଛି । ଗୁଳିକରି ବାଘକୁ ଶିକାର କରାଯାଇଛି ବୋଲି କୁହାଯାଉଛି । ମୃତ ବାଘର ବୟସ ୫ରୁ ୭ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ଜଣକ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଡ୍ରାଇଭର ଭାବେ କାମ କରନ୍ତି । ତାଙ୍କ ନାଁ ପ୍ରଶାନ୍ତ ନାୟକ । ପୂର୍ବରୁ ସେ ବିଭିନ୍ନ ଜଙ୍ଗଲୀ ଜୀବଯନ୍ତୁଙ୍କ ଚମଡା଼, ଦାନ୍ତ, ନଖ, ଶିଙ୍ଘ ପ୍ରଭୃତି ବେପାର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।

ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅବାଧରେ ବାଘ ଶିକାର ହେଉଥିଲେ ମଧ୍ୟ ବନ ବିଭାଗ ହାତଯୋଡି ବସିଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା