Masthead

ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍

ବରୀ (ବଡ଼ ଖବର ବ୍ୟୁରୋ): ଆସୁନାହାନ୍ତି ଡ଼ାକ୍ତର , ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ । ଆଟେଡାଣ୍ଟ ଦେଉଛନ୍ତି ମେଡ଼ିସିନ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ବିନା ଅନୁମତିରେ ଦୁଇଦିନ ହେଲା ଦୁଇଜଣ ଡାକ୍ତର ଅନୁପସ୍ଥିତ ରହିଥିବା ବେଳେ ଉପସ୍ଥିତ ଫାର୍ମାସିଷ୍ଟ ପ୍ରେସ୍କିପସନ୍ ଲେଖୁଛନ୍ତି। ଆଉ ଆଟେଡାଣ୍ଟ ଔଷଧ ବଣ୍ଟନ କରୁଛନ୍ତି।

ଯାହାକି ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅପାରଗତା ଦାଣ୍ଡରେ ପଡି ହାଟରେ ଗଡୁଛି। ସୂଚନା ଅନୁଯାୟୀ ଦିନକୁ ଦିନ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଏହାର ଅଧିନରେ ଥିବା ୫ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାକୁ ଲାଗିଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଡାକ୍ତର ମାନେ ପାଳି କରି ରୋଗୀ ଦେଖୁଥିବାବେଳେ ମନଇଚ୍ଛା ଡିୟୁଟି କରୁଛନ୍ତି । ଯାହାକୁ ନେଇ ଅନେକ ଥର ଲିଖିତ ଅଭିଯୋଗ ପରେ ଖୋଦ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଅଚାନକ ପରିଦର୍ଶନ କରି ସତ୍ୟତା ଜାଣିଥିବା ବେଳେ ଏମାନଙ୍କ ବିରୋଧ ରେ କୌଣସି କାରର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯାହା ଦ୍ୱାରା ଡାକ୍ତରମାନେ ମନଇଚ୍ଛା ଡ୍ୟୁଟି କରୁଥିବାରୁ ରୋଗୀମାନେ ଉତ୍ତମ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।

ସରକାରଙ୍କ ସ୍ବାସ୍ଥ୍ୟ ସେବା ଭଳି ଗୁରୁତ୍ଵ ପୂର୍ଣ୍ଣ ସେବା ବରୀରେ ପ୍ରହସନରେ ପରିଣତ ହୋଇଛି ବୋଲି ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ ଗୁରୁତ୍ଵପୂର୍ଣ୍ଣ କଥା ହେଲା ବରୀ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସବ୍ୟସାଚୀ ଦାସ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଗଣମାଧ୍ୟମର ଫୋନ ଗ୍ରହଣ କରୁନଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଛି। ଏପରିକି ଅଧିକାଂଶ ସମୟରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆସୁନଥିବା ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି। ତେବେ ଏ ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଯାଜପୁର ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବରୀ ବାସି ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ