Masthead

ପ୍ରାଣଘାତୀ JIO

ଭୁବନେଶ୍ୱର ( ବଡ଼ ଖବର ବ୍ୟୁରୋ): ପ୍ରାଣଘାତୀ ଜିଓ (JIO) । କାଳ ହେଲା ଜିଓ ଫୋନ ବ୍ୟବହାର । ୧୫୦୦ ଟଙ୍କିଆ ଜିଓ ଫୋନ ପାଇଁ ଗୁରୁତର ହେଲେ ଶିଶୁ । ଜିଓ ଫୋନ ଫାଟି ଏକବର୍ଷର ଶିଶୁ ହେଲେ ଗୁରୁତର । ରାତିରେ ଫୋନ ରଖି ଶୋଇଥିବା ବେଳେ ବିସ୍ପୋରଣ ଘଟି ଗୁରୁତର ହୋଇଛନ୍ତି ଜଣେ ନିଷ୍ପାପ ଶିଶୁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟଙ୍କ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବିଲାଂସିଲ ଗ୍ରାମରେ ।
ବିଲାଂସିଲ ଗ୍ରାମର ରୋହିତ ନାଚିକା ବର୍ଷେ ତଳେ ଜିଓ କମ୍ପାନୀର ଏକ ମୋବାଇଲ ୧୫୦୦ ଟଙ୍କାରେ ଆଣିଥିଲେ । ଗତ ରବିବାର ରାତିରେ ମୋବାଇଲ ଚାର୍ଜରେ ବସେଇଥିଲେ । ମୋବାଇଲ ଚାର୍ଜ ହେବା ପରେ ଖଟରେ ରଖିଥିଲେ । ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ନଚିକା ଶୋଇଥିଲେ । ବିଳମ୍ବିତ ରାତିରେ ମୋବାଇଲ ଫାଟି ଯାଇଥିଲା । ନିଦରେ ଶୋଇଥିବା ବର୍ଷାଙ୍କ ମୁହଁ ପୁରା ପୋଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ବର୍ଷା ଚିକିତ୍ସିତ ହେଉଛନ୍ତି ।
ଶସ୍ତାରେ ଫୋନ ଯୋଗାଇ ସାଧାରଣ ଲୋକଙ୍କୁ ସିଧାସଳଖ ମୃତ୍ୟୁମୁଖକୁ ଠୋଲିଦେଉଛି ଜିଓ । ଏଇ ଗୋଟିଏ ଘଟଣା ନୁହେଁ ବାରମ୍ବର ଏମିତି ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ବାରମ୍ବାର ଏମିତି ଦୁର୍ଘଟଣା ହେଉଥିବା ସତ୍ତ୍ୱେ କାହିଁକି ଜିଓର ଦୃଷ୍ଟି ଗୋଚର ହେଉନାହିଁ । କାହିଁକି ସାଧାରଣ ଲୋକଙ୍କ ପାଇଁ ନିରାପଦ ମୋବାଇଲ ଯୋଗାଇ ପାରୁନାହିଁ ଜିଓ । ଶସ୍ତାରେ ଫୋନ ଯୋଗାଇ ବାରମ୍ବାର କାହିଁକି ଲୋକଙ୍କୁ ମୃତ୍ୟୁମୁଖକୁ ଠୋଲୁଛି ଜିଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ