Masthead

ପ୍ରାଣଘାତୀ JIO

ଭୁବନେଶ୍ୱର ( ବଡ଼ ଖବର ବ୍ୟୁରୋ): ପ୍ରାଣଘାତୀ ଜିଓ (JIO) । କାଳ ହେଲା ଜିଓ ଫୋନ ବ୍ୟବହାର । ୧୫୦୦ ଟଙ୍କିଆ ଜିଓ ଫୋନ ପାଇଁ ଗୁରୁତର ହେଲେ ଶିଶୁ । ଜିଓ ଫୋନ ଫାଟି ଏକବର୍ଷର ଶିଶୁ ହେଲେ ଗୁରୁତର । ରାତିରେ ଫୋନ ରଖି ଶୋଇଥିବା ବେଳେ ବିସ୍ପୋରଣ ଘଟି ଗୁରୁତର ହୋଇଛନ୍ତି ଜଣେ ନିଷ୍ପାପ ଶିଶୁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟଙ୍କ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବିଲାଂସିଲ ଗ୍ରାମରେ ।
ବିଲାଂସିଲ ଗ୍ରାମର ରୋହିତ ନାଚିକା ବର୍ଷେ ତଳେ ଜିଓ କମ୍ପାନୀର ଏକ ମୋବାଇଲ ୧୫୦୦ ଟଙ୍କାରେ ଆଣିଥିଲେ । ଗତ ରବିବାର ରାତିରେ ମୋବାଇଲ ଚାର୍ଜରେ ବସେଇଥିଲେ । ମୋବାଇଲ ଚାର୍ଜ ହେବା ପରେ ଖଟରେ ରଖିଥିଲେ । ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ନଚିକା ଶୋଇଥିଲେ । ବିଳମ୍ବିତ ରାତିରେ ମୋବାଇଲ ଫାଟି ଯାଇଥିଲା । ନିଦରେ ଶୋଇଥିବା ବର୍ଷାଙ୍କ ମୁହଁ ପୁରା ପୋଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ବର୍ଷା ଚିକିତ୍ସିତ ହେଉଛନ୍ତି ।
ଶସ୍ତାରେ ଫୋନ ଯୋଗାଇ ସାଧାରଣ ଲୋକଙ୍କୁ ସିଧାସଳଖ ମୃତ୍ୟୁମୁଖକୁ ଠୋଲିଦେଉଛି ଜିଓ । ଏଇ ଗୋଟିଏ ଘଟଣା ନୁହେଁ ବାରମ୍ବର ଏମିତି ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ବାରମ୍ବାର ଏମିତି ଦୁର୍ଘଟଣା ହେଉଥିବା ସତ୍ତ୍ୱେ କାହିଁକି ଜିଓର ଦୃଷ୍ଟି ଗୋଚର ହେଉନାହିଁ । କାହିଁକି ସାଧାରଣ ଲୋକଙ୍କ ପାଇଁ ନିରାପଦ ମୋବାଇଲ ଯୋଗାଇ ପାରୁନାହିଁ ଜିଓ । ଶସ୍ତାରେ ଫୋନ ଯୋଗାଇ ବାରମ୍ବାର କାହିଁକି ଲୋକଙ୍କୁ ମୃତ୍ୟୁମୁଖକୁ ଠୋଲୁଛି ଜିଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ