Masthead

ଭୂମିହୀନଙ୍କୁ ପଟ୍ଟା ଦିଅ – ବିଜେପି

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅଧୀନରେ ବସବାସ କରୁଥିବା ଗରିବ ଓ ଆଦିବାସୀମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବାକୁ ସୁକିନ୍ଦା ବିଜେପି ପକ୍ଷରୁ ଆଜି ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଯେଉଁମାନେ ଶାସକ ଦଳ ସହ ଅଛନ୍ତି ବା ବିଧାୟକଙ୍କ ଲୋକ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି। ବିଜେପି କିମ୍ବା ଅନ୍ୟ ଦଳର ସମର୍ଥନ କରୁଥିବା ସାଧାରଣ ଲୋକଟିକୁ ପଟ୍ଟା ଖଣ୍ତେ ମିଳି ପାରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି। ସ୍ଥାନୀୟ ବିଧାୟକ ପ୍ରଶାସନକୁ ହାତବାରିସି କରି ରାଜନୈତିକ ଫାଇଦା ନେବାରେ ଲାଗିଛନ୍ତି। ପଟ୍ଟା ନ ଥାଇ ମଧ୍ୟ ଶାସକ ଦଳର ସମର୍ଥକଙ୍କୁ ପକ୍କା ଘର ମିଳୁଛି, ମାତ୍ର ବିଜେଡି ବିରୋଧୀ ସମର୍ଥକଙ୍କ ଘର ମଞ୍ଜୁର ହୋଇଥିଲେ ଏବଂ ତାଙ୍କର ପଟ୍ଟା ନ ଥିଲେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି କିଛି ଅଭିଯୋଗ ନେଇ ମଙ୍ଗଳବାର ସୁକିନ୍ଦା ବିଜେପିର ଶହ ଶହ କର୍ମୀ ସୁକିନ୍ଦା ତହସିଲ କାର୍ଯ୍ୟାଳୟ ଘେରଉ କରି ତହସିଲଦାର ବୁଲବୁଲ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ପଚାରିବାରୁ କହିଲେ, ସେଭଳି କିଛି ବେଆଇନ କାର୍ଯ୍ୟ ହୋଇଥିବା ନଜରକୁ ଆସିନାହିଁ। ଅଭିଯୋଗର ତଦନ୍ତ କରାଯିବ, ସତ୍ୟତା ଥିଲେ ଖୁବଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ବେହେରା କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି