Masthead

ଆବାସ ଯୋଜନାରେ ଚଞ୍ଚକତା

ବୋଲଗଡ଼ (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଏକ ନମ୍ବର ଜିଲ୍ଲାର ମାନ୍ୟତା ପାଇଥିବା ଖୋର୍ଦ୍ଧା ଜିଲ୍ଲାରେ ଆବାସ ଯୋଜନାର ବିକଳଚିତ୍ର ଦେଖିବାକୁ ମିଳିଛି । ଜିଲ୍ଲାର ମାଣିକବନ୍ଧ ପଞ୍ଚାୟତରେ ବସବାସ କରୁଥିବା ସାଧାରଣ ଜନତା ଖଣ୍ଡିଏ ଇନ୍ଦିରା ଆବାସ ବା ବିଜୁ ପକ୍କାଘର ପାଇଁ କେତେ ଦହଗଞ୍ଜ ହେଉଛନ୍ତି ତାହା ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିପାରିବ ନାହିଁ । ସରକାରୀ କଳର ଅପାରଗତା ଓ ଶାସକ ଦଳର କିଛି ମୁଷ୍ଠିମେୟ ନେତାଙ୍କ ମନମୁଖୀ କାର୍ଯ୍ୟ ଲାଗି ଯୋଗ୍ୟ ହିତାଧିକାରୀ ବାଦ ପଡ଼ୁଥିବା ବେଳେ ଥିଲାବାଲାଙ୍କୁ ମିଳୁଛି ପକ୍କାଘର । ପଞ୍ଚାୟତ କାନ୍ଥରେ ଲେଖାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଫଳକକୁ ଆଗପଛ କରାଯାଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇ ଥିବା ମଧ୍ୟ ଅଭିଯୋଗ ହେଉଛି ।

କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ବୋଲଗଡ଼ ବ୍ଲକ ମାଣିବନ୍ଧ ପଞ୍ଚାୟତର ବଡ଼ପଦର, ସାମନ୍ତରାପୁର, ମଙ୍ଗରାଜପୁର, ଏକଡାଳିଆ, ବଡ଼ନୟାପଲ୍ଲୀ ଓ ଛାମୁଣ୍ଡିଆପଲ୍ଲୀ ଗ୍ରାମର ଶତାଧିକ କଂଗ୍ରେସ କର୍ମୀ ଏକାଠି ହୋଇ ମାଣିବନ୍ଧ ପଞ୍ଚାୟତରେ ଇନ୍ଦିରା ଆବାସ ବଣ୍ଟନରେ ହେଉଥିବା ଚଞ୍ଚକତାର ତଦନ୍ତ ଲାଗି ବୋଲଗଡ଼ ବିଡିଓ ଧୋବେଇ ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାର ସର୍ବାଗ୍ରେ ଥିବା ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାନଯାଇ ତାଲିକାର ନିମ୍ନରେ ଥିବା ହିତାଧିକାରୀ କାର୍ଯ୍ୟାଦେଶ ପାଇବା, ବହୁ ଆର୍ଥିକ ସ୍ୱଛଳବର୍ଗର ଲୋକ ହାତଗୁଞ୍ଜା ଦେଇ କାର୍ଯ୍ୟାଦେଶ ହାତେଇବା ଏବଂ ଜରୁରୀଭାବେ ଆବଶ୍ୟକ କରୁଥିବା ସାଧାରଣ ଲୋକଟିର ଆବାସ ଯୋଜନାରେ ସାମିଲ ନକରିବାକୁ ନେଇ ବ୍ଲକ ପ୍ରଶାସନର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ଏହାର ବିଧିବଦ୍ଧ ତଦନ୍ତ କରାନଗଲେ ମାଣିବନ୍ଧ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଂଗ୍ରେସର ବରିଷ୍ଠ କର୍ମୀ ପବିତ୍ର ମୋହନ ବଳିୟାରସିଂହ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନିଜେ କାର୍ଯ୍ୟାଦେଶଗୁଡିକର ସ୍ୱତନ୍ତ୍ରଭାବେ ଯାଞ୍ଚକରି ନିୟମ ଅନୁସାରେ ସହାୟତା ମିଳିବା ପାଇଁ ପ୍ରଚେଷ୍ଟା କରିବୁ ବୋଲି ବିଡିଓ ଧୋବେଇ ନାଏକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼