Masthead

ପାଟଣାଗଡ ଗଣହତ୍ୟାର ପର୍ଦ୍ଦାଫାଶ, ୭ ଗିରଫ

ପାଟଣାଗଡ଼(ବଡ଼ ଖବର ବ୍ୟୁରୋ): ୧୦ବର୍ଷର ପୁରୁଣା ଶତ୍ରୁତା । ପୁଣି ପତିଆରା ପାଇଁ ବିବାଦ । ଏଡଶକୁ ନେଇ ୩ ପରିବାରର ଗେମପ୍ଲାନରେ ପଡିଗଲେ ବୁଲୁ ଜାନୀ । ଆକ୍ରୋଶ ଏତେ ଭୟଙ୍କର ଥିଲା ଯେ ବଂଶ ନିପାତ ପାଇଁ ଉଠାଇଲେ ପଦକ୍ଷେପ । ଅତି ଅମନୁଷିକ ଭାବେ ଯାଯାବର ଜୀବନ ବିତାଉଥିବା ବୁଲୁ ଜାନୀଙ୍କ ପରିବାରକୁ ଗତ ୧୧ ତାରିଖ ରାତିରେ ଶେଷ କରିଦେଇଥିଲେ । ପରିବାରର ୬ ଜଣଙ୍କୁ ଦୟନୀୟ ଭାବେ ହତ୍ୟା କରିଥିଲେ ଆତତାୟୀ । ତେବେ ସେହି ହତ୍ୟାକାରୀଙ୍କୁ ଠାବ କରି ଜେଲ ହାଜତକୁ ପଠାଇବାରେ ସଫଳ ହୋଇଛି ପାଟଣାଗଡ ପୋଲିସ । ହତ୍ୟାକାଣ୍ଡର ସବିଶେଷ ତଥ୍ୟ ସାମ୍ବାଦିକ ସମ୍ବିଳନୀରେ ରଖିଛନ୍ତି ବଲାଙ୍ଗିର ଏସପି ମଡକର ସମ୍ବିତ ସମ୍ପଦ ।

ପ୍ରାୟ ୧୨ ବର୍ଷ ତଳେ ସୁଦୁର ଝାଡଖଣ୍ଡ ଟାଟାରୁ ଆସି ବୁଲୁ ଜାନୀଙ୍କ ପରିବାର ପାଟଣାଗଡରେ ଯାଯାବର ଭାବେ ରହିଆସୁଥିଳେ । ସମୟକ୍ରମେ ବ୍ରହ୍ମପୁରା ସହରାପଡାରେ ସ୍ଥାୟୀ ବାସିନ୍ଦା ପାଲଟି ଗଲେ ବୁଲୁ । ଧୀରେ ଧୀରେ ବୁଲୁଙ୍କ ସମ୍ପ୍ରଦାୟର ଅନ୍ୟ କିଛି ପରିବାର ମଧ୍ୟ ବ୍ରହ୍ମପୁରାକୁ ଆସିଥିଲେ । ସେମାନେ ବୁଲୁ ଜାନୀଙ୍କ ଘର ପାଖରେ ଜମି କିଣି ରହିବାକୁ ଲାଗିଲେ । ନିଜ ନିଜ ଗୋଷ୍ଠୀ ଭିତରେ ମୁରବୀ ଚୟନ ବା ପତିଆରାକୁ ନେଇ ବୁଲୁ ଜାନୀ ସମସ୍ତଙ୍କ ସହ ଦାଦାଗିରି କରି ପାଟଣାଗଡରୁ ଗଣ୍ଡ ଏବଂ ମାଝୀ ପରିବାରକୁ ତଡି ଦେଇଥିଲା । ଯାହାଫଳରେ ପରିବାର ନିପାତ ପାଇଁ ଆରମ୍ଭ ହୋଇଥିଲା ବ୍ଲୁପ୍ରିଣ୍ଟ ।

ପାଟଣାଗଡରୁ ଯାଇ ମାଝୀ ପରିବାର ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନିଲିଜି ଗାଁରେ ରହୁଥିବା ବେଳେ ଗଣ୍ଡ ପରିବାର ନବରଙ୍ଗପୁର ଜିଲ୍ଲା ଝରିଗାଁରେ ରହୁଥିଲେ । ଘରପାଖରେ ପଡୋଶୀ ଭାବରେ ରହି ବାବୁଲା ଜାନୀଙ୍କ ପରିବାର ବୁଲୁଙ୍କ ପରିବାର ଉପରେ ରାଗ ରଖିଥିଲେ । ଏହି ସବୁ କାରଣକୁ ନେଇ ଗଙ୍ଗୁଆ ମାଝୀ ଓ ବାବୁଲା ଜାନୀ ନବରଙ୍ଗପୁର ଝରିଗାଁରୁ ଗଣ୍ଡ ପରିବାରର ସଦସ୍ୟମାନଙ୍କୁ ଡାକି ନିଲିଜି ଗାଁରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ୧୧ ତାରିଖ ରାତିରେ ଦୁଇଟି ମୋପେଟ ଏବଂ ବାଇକରେ ୮ ଜଣ ଆସି ବୁଲୁ ଜାନୀ, ତାଙ୍କ ସ୍ତ୍ରୀ ଜୌତୀ ଜାନୀ, ଭୀଷ୍ମ ଜାନୀ, ସରିତା ଜାନୀ, ସଂଜୀବ ଜାନୀ ଏବଂ ନାତୁଣୀ ଶ୍ରୀୟା ଜାନୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ଫେରାର ହୋଇଯାଇଥିଲେ ।

ଘଟଣା ଦିନ ସନ୍ଧ୍ୟାରେ ହିଁ ଭୋଳା ଜାନୀ ଓ ଶିବା ଜାନୀଙ୍କୁ ପୋଲିସ ଉଠାଇ ଆଣିଥିଲା । ପୋଲିସ ପ୍ରଥମ ଦିନରୁ ତଦନ୍ତ ପ୍ରକ୍ରିୟା ତତ୍ୱରାନ୍ୱିତ କରିବା ପରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ହେଲେ ବ୍ରହ୍ମପୁରାର ବାବୁଲା ଜାନୀ, ତାଙ୍କ ପୁଅ ଶିବା ଜାନୀ ଓ ଭୋଲା ଜାନୀ, ନବରଙ୍ଗପୁର ଝରିଗାଁର ୩ତିନି ଭାଇ ଛାୟା ଗଣ୍ଡ ବଳଦେବ ଗଣ୍ଡ, ମନିଷ ଗଣ୍ଡଙ୍କ ସହ ସୁପାରୀକିଲର ବିକାଲ କଇରି । ଦୁଇ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁଆ ମାଝୀ ଏବଂ ତାଙ୍କ ପୁଅ ଦେବରାଜ ମାଝୀ ଫେରାର ଥିବା ଏସପି ମାଡକର ସନ୍ଦପ ସମ୍ପଦ ସୂଚନା ଦେଇଛନ୍ତି ।
ଏହି ସମ୍ପ୍ରଦାୟରେ ପ୍ରତିଶୋଧ ନେବା ଏକ ସାଧାରଣ କଥା । ଯାହାଫଳରେ ହତ୍ୟା ସମୟରେ ଶିଶୁମାନଙ୍କୁ ମଧ୍ୟ ଛାଡନ୍ତି ନାହିଁ ।

ପିଲାମାନେ ବଡ ହେଲେ ପୁଣି ପ୍ରତିଶୋଧ ନେବେ ସେଥିପାଇଁ ଦୟା ନ କରି ସମସ୍ତ ଙ୍କୁ ହତ୍ୟା କରିଥିଳେ ଅଭିଯୁକ୍ତମାନେ । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଟାଙ୍ଗିଆ, ଲୁହା ରଡ, ଗୋଟିଏ ହାତୁଡି ସହ ଟାଙ୍ଗି, ୪ ଗାଡି ପୋଲିସ ଜବତ କରିଛି । ଏପରିକି ପେଟ୍ରୋଲ ସହ ଜାର ମଧ୍ୟ ଜବତ ହୋଇଛି । ଯଦି ଘରର କବାଟ ଖୋଲି ପାରିନଥାନ୍ତେ, ତେବେ ଘରକୁ ଜାଳି ଦେବାର ପ୍ଲାନ କରିଥିବା ଅଭିଯୁକ୍ତମାନେ ସୁଚନା ଦେଇଥିବା ଏସପି କହିଛନ୍ତି । କମ ସମୟ ଭିତରେ ହତ୍ୟାକ।ଣ୍ଡରୁ ପରଦା ହଟାଇ ହତ୍ୟାକାରୀଙ୍କୁ ଧରି ଥିବାରୁ ବଲାଙ୍ଗିର ଏସପି ପାଟଣାଗଡ ଥାନାଧିକାରୀ କେ ପ୍ରିୟଙ୍କା ରାୟତରାୟ, ଏସଡିପିଓ ସୁରେଶ ନାଏକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ