Masthead

ହାଜତ ମୃତ୍ୟୁକୁ ମାନୁନାହାନ୍ତି ସାଗରିକା

ରାଉରକେଲା (ବଡ଼ ଖବର ବ୍ୟୁରୋ): ପୁରୀ ହାଜତ ମୃତ୍ୟୁକୁ ନେଇ ଚାଲିଛି ତୁମ୍ବିତୋଫାନ । ପୁରୀ ଏସପି ଏହି ଘଟଣାକୁ ଏକ ପ୍ରକାର ସ୍ୱୀକାର କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୋଲିସ ସପକ୍ଷରେ ବାହାରିଛନ୍ତି ସେଠାକାର ଏସପି ସାଗରିକା ନାଥ । ଗତ ୭ ତାରିଖରେ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ଅପହରଣ କରାଯାଇଥିଲା । ଏହି ଅପହରଣର ମୁଖ୍ୟ ଅଭିଯୁକ୍ତ କରବଲହା ରୋଡର ସାରିକ ସଲମଙ୍କୁ ବୁଧବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଘରୁ ଉଠାଇ ନେଇଥିଲା । ତାଙ୍କୁ ପୋଲିସ ଥାନାରେ ନିସ୍ତୁକ ମାଡ଼ ମାରିବାରୁ ଗୁରତର ହୋଇପଡିଥିଲେ ବୋଲି ଅଭିଯୋଗ ହେଉଛି । ପ୍ରଥମେ ତାଙ୍କୁ କୁଆଁରମୁଣ୍ଡା ଡାକ୍ତରଖାନା ଓ ପରେ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । ଆରଜିଏଚରେ ପହଞ୍ଚିବା ପୂର୍ବରୁ ସାରିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ଆରଜିଏଚ ଓ ବୀରମିତ୍ରପୁର ଥାନା ଆଗରେ ଉତ୍ତ୍ୟକ୍ତ ଲୋକମାନେ ହୋହାଲ୍ଲା କରିଥିଲେ । ପରିସ୍ଥିତି ଜଟିଳ ହେବାରୁ ବୀରମିତ୍ରପୁର ଥାନାରେ ପହଞ୍ଚିଥିଲେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି । ହାଜତ ମୃତ୍ୟୁକୁ ଏସପି ସାଗରିକା ନାଥ ଅସ୍ୱୀକାର କରିଥିବା ବେଳେ ମୃତ ସାରିକଙ୍କ ପରିବାରକୁ ଭେଟିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ