Masthead

ବନ୍ଧୁକ ଦେଖାଇ ଲୁଟି ନେଲେ ୧୨କୋଟି

କଟକ (ବଡ଼ ଖବର ବ୍ୟୁରୋ): କଟକ ନୟାସଡ଼କ ସ୍ଥିତ ଆଇଆଇଏଫଏଲରୁ ହୋଇଛି ବଡ଼ ଧରଣର ଡକାୟତି । ଉକ୍ତ ସଂସ୍ଥାରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଚୋରି ହୋଇଛି। ୪ ଦୁର୍ବୃତ୍ତ ଏହି ଡକାୟତି କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କମିସନରେଟ ପୁଲିସ‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୪ ସଶସ୍ତ୍ର ବ୍ୟକ୍ତି ଆଜି ସକାଳେ ଆଇଆଇଏଫଏଲ ଅଫିସରେ ପ୍ରବେଶ କରି କର୍ମଚାରୀଙ୍କୁ ଧମକ ଦେଇଥିଲେ। ପରେ ସେମାନେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନଗଦ ଟଙ୍କା, ସୁନା ଲୁଟି ନେଇଥିଲେ । ପାଖାପାଖି ୧୨କୋଟି ଟଙ୍କାରୁ ଉଦ୍ଧ୍ୱର୍ ଲୁଟ ହୋଇଥିବାର ପ୍ରାଥମିକ ସୂଚନାରୁ ଜଣାପଡିଛି।

ଳୁଟ ଘଟଣାର ସୂଚନା ପାଇବା ପରେ ଲାଲବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଲୁଟେରାମାନଙ୍କୁ ଚିହ୍ନଟ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ତେବେ ଉକ୍ତ ସଂସ୍ଥାରେ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁନଥିବାରୁ ପୋଲିସର ସନ୍ଦେହ ବଢିଯାଇଛି । ଘଟଣାସ୍ଥଳରେ କଟକ ଡିସିପି ଉପସ୍ଥିତ ରହି ତଦନ୍ତ ତ୍ୱରାନ୍ୱିତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼