ବନ୍ଧୁକ ଦେଖାଇ ଲୁଟି ନେଲେ ୧୨କୋଟି

କଟକ (ବଡ଼ ଖବର ବ୍ୟୁରୋ): କଟକ ନୟାସଡ଼କ ସ୍ଥିତ ଆଇଆଇଏଫଏଲରୁ ହୋଇଛି ବଡ଼ ଧରଣର ଡକାୟତି । ଉକ୍ତ ସଂସ୍ଥାରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଚୋରି ହୋଇଛି। ୪ ଦୁର୍ବୃତ୍ତ ଏହି ଡକାୟତି କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କମିସନରେଟ ପୁଲିସ‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୪ ସଶସ୍ତ୍ର ବ୍ୟକ୍ତି ଆଜି ସକାଳେ ଆଇଆଇଏଫଏଲ ଅଫିସରେ ପ୍ରବେଶ କରି କର୍ମଚାରୀଙ୍କୁ ଧମକ ଦେଇଥିଲେ। ପରେ ସେମାନେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନଗଦ ଟଙ୍କା, ସୁନା ଲୁଟି ନେଇଥିଲେ । ପାଖାପାଖି ୧୨କୋଟି ଟଙ୍କାରୁ ଉଦ୍ଧ୍ୱର୍ ଲୁଟ ହୋଇଥିବାର ପ୍ରାଥମିକ ସୂଚନାରୁ ଜଣାପଡିଛି।

ଳୁଟ ଘଟଣାର ସୂଚନା ପାଇବା ପରେ ଲାଲବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଲୁଟେରାମାନଙ୍କୁ ଚିହ୍ନଟ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ତେବେ ଉକ୍ତ ସଂସ୍ଥାରେ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁନଥିବାରୁ ପୋଲିସର ସନ୍ଦେହ ବଢିଯାଇଛି । ଘଟଣାସ୍ଥଳରେ କଟକ ଡିସିପି ଉପସ୍ଥିତ ରହି ତଦନ୍ତ ତ୍ୱରାନ୍ୱିତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ